www.samajalive.in
Saturday, December 13, 2025
26.1 C
Bhubaneswar

ବୋଥ୍ରାଙ୍କ ପ୍ରେସ୍‌ମିଟ୍‌କୁ ‘ପୂରା ମନଗଢ଼ା କାହାଣୀ’ କହିଲେ ‘ପରୀ’ର ବାପା

ଭୁବନେଶ୍ଵର: ସରୋଜ ସେମିତି ପିଲା ନୁହେଁ। ତାକୁ ଏସଆଇଟି ମୋହରା କରୁଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପୂରା ମନଗଢ଼ା କାହାଣୀ କହୁଛନ୍ତି ବୋଲି କହିଛନ୍ତି ପରୀର ବାପା ଅଶୋକ ସାହୁ।

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ପ୍ରେସ୍‌ମିଟ୍‌ କରି ସରୋଜ ପରୀକୁ କିପରି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ କେମିତି ପୋଖରୀରେ ଫିଙ୍ଗିଥିଲା, ଏସଆଇଟି ସରୋଜ ନିକଟରେ କିପରି ପହଞ୍ଚିଥିଲା ସେ ବିଷୟରେ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିଥିଲେ। ସରୋଜ ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା। ସେ ନିୟମିତ ମୋବାଇଲ୍‌ରେ ଶିଶୁମାନଙ୍କ ଅଶ୍ଳୀଳ ଫିଲ୍ମ ଦେଖୁଥିଲା। ଘଟଣା ପୂର୍ବଦିନ ରାତି ସାରା ସରୋଜ ଚାଇଲ୍ଡ ପର୍ନୋଗ୍ରାଫି ଫିଲ୍ମ ଦେଖି ସକାଳେ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିଲା ବୋଲି ବୋଥ୍ରା କହିଥିଲେ।

- Advertisement -

ତେବେ ବୋଥ୍ରାଙ୍କ ଏହି ପ୍ରେସ୍‌ମିଟ୍‌ ପରେ ପରୀର ବାପା ଅଶୋକ ସାହୁ ପ୍ରତିକ୍ରିୟା ଦେଇ ଏସବୁ ମନଗଢ଼ା କାହାଣୀ ବୋଲି କହିଛନ୍ତି। ଅଶୋକ କହିଛନ୍ତି, ସେ ପିଲା ଏଭଳି ନୁହେଁ। ତାଙ୍କୁ ମୋହରା କରୁଛନ୍ତି। ଆମେ ସିବିଆଇ ତଦନ୍ତ ଦାବି କରୁଥିବାରୁ ଏଭଳି ନାଟକ କରୁଛନ୍ତି। ଘଟଣା ଦିନ ଆମ ଝିଅ ଅନ୍ୟ ୨ ଜଣ ପିଲାଙ୍କ ସହ ଖେଳୁଥିଲା। ସେ ଦୁଇଜଣ ପିଲା କହୁଛନ୍ତି ଯେ ଝିଅକୁ କାହ୍ନୁ ନାଏକ ନେଇଗଲା। କାହ୍ନୁ ଝିଅକୁ ନେଇକି ବାବୁଲିକୁ ଦେଇଛି। ତା’ର ଅଙ୍ଗ ଚୋରା ଚାଲାଣ କରାଯାଇଛି। ଏସଆଇଟି ତଦନ୍ତରେ କୌଣସି ତଥ୍ୟ ନାହିଁ ବୋଲି ଅଶୋକ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories