www.samajalive.in
Saturday, December 6, 2025
19.1 C
Bhubaneswar

ଚୀନ୍‍ ବଜାରକୁ ଆସିଲା ‘ଅନର୍‍ ନୋଟ୍‍-୧୦’

ନୂଆଦିଲ୍ଲୀ : ‘ହୁୱାଇ’ର ବ୍ରାଣ୍ଡ୍‍ ‘ଅନର’ ନିଜର ନୂଆ ସ୍ମାର୍ଟଫୋନ୍‍ ‘ଅନର୍‍ ନୋଟ୍‍ ୧୦କୁ ଘରୋଇ ବଜାର ଚୀନ୍‍ରେ ଲଞ୍ଚ୍‍ କରିଛି। ଏହି ଫୋନ୍‍ର ଫିଚର୍‍ ବିଷୟରେ କହିଲେ ଏଥିରେ ଜିପିୟୁ ଟର୍ବୋ ଚାର୍ଜିଙ୍ଗ୍‍ ଏବଂ କମ୍ପାନୀର ଆମୋଲେଡ୍‍ ଡିସ୍‍ପ୍ଳେ ରହିଛି।
‘ହୁୱାଇ ନୋଟ୍‍-୧୦’ର ବିଶେଷତ୍ୱ
ଏଥିରେ ୬.୯୫ ଇଞ୍ଚ୍‍ର ଫୁଲ ଏଚ୍‍ଡି ପ୍ଲସ୍‍ ଡିସ୍‍ପ୍ଲେ ରହିଛି, ଯାହାର ରିଜୋଲ୍ୟୁସନ୍‍ ୨୨୨୦/୧୦୮୦ ପିକ୍ସେଲ୍‍ ରହିଛି। ଏହାର ଆସପେକ୍ଟ ରେସିିଓ ୧୮.୫:୯ ରହିଛି। ଏହା ବ୍ୟତୀତ ଏହି ଫୋନ୍‍ରେ ଡୁଆଲ ସିମ୍‍ ସପୋର୍ଟ, ଆଣ୍ଡ୍ରଏଡ୍‍ ଓରିୟୋ ୮.୧, ହାଇସିଲିକନ୍‍ କିରିନ୍‍ ୯୭୦ ପ୍ରୋସେସର୍‍, ୬/୮ଜିବି ରାମ୍‍ ଏବଂ ୬୪/୧୨୮ଜିବି ଷ୍ଟୋରେଜ୍‍ ରହିଛି, ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
‘ହନର ନୋଟ ୧୦’ର କ୍ୟାମେରା
ଏହି ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ ଲେନ୍ସ ୨୪ମେଗାପିକ୍ସେଲ୍‍ ର ଏବଂ ଅନ୍ୟଟି ୧୬ମେଗାପିକ୍ସେଲ୍‍, ଏହାର ଆଗପଟ କ୍ୟାମେରା ୧୩ମେଗାପିକ୍ସେଲ୍‍ର ରହିଛି। ରିୟର୍‍ କ୍ୟାମେରାରେ ଆର୍ଟିଫିସିଆଲ୍‍ ଇମେଜ୍‍ ଷ୍ଟାବିଲାଇଜେସନ୍‍ ଦିଆଯାଇଛି। ଉଭୟ କ୍ୟାମେରାରେ ଏଲଇଡି ଫ୍ଲାସ୍ଲାଇଟର ସୁବିଧା ରହିଛି। ଏହାର ଆଗପଟ କ୍ୟାମେରାରେ ଫେସ୍‍ ଅନଲଫ୍‍ ମଧ୍ୟ ଦିଆଯାଇଛି।
‘ଅନର୍‍ ନୋଟ୍‍ ୧୦’ର ସଂଯୋଗ
ଏହି ଫୋନ୍‍ରେ ସଂଯୋଗ ପାଇଁ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍‍, ଜିପିଏସ, ଏନ୍‍ଏଫ୍‍ସି ଏବଂ ୟୁଏସବି ଟାଇପ୍‍-ସି ଏବଂ ହେଡ୍‍ଫୋନ୍‍ ଜ୍ୟାକ ରହିଛି। ଏହା ବ୍ୟତୀତ ଫୋନ୍‍ର ପଛପଟେ ଟିପଚିହ୍ନ ସେନସର୍‍ ରହିଛି ଏବଂ ଏଥିରେ ୫୦୦୦ଏମ୍‍ଏଚ୍‍ ବ୍ୟାଟେରୀ ଦିଆଯାଇଛି।
‘ଅନର୍‍ ନୋଟ୍‍ ୧୦’ର ମୂଲ୍ୟ
ଏହାର ୪ଜିବି ରାମ୍‍ ଏବଂ ୬୪ଜିବି ଷ୍ଟୋରେଜ୍‍ର ମୂଲ୍ୟ ୨,୭୯୯ ଚୀନ ୟାନ୍‍, ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨୮,୧୦୦ଟଙ୍କା। ୬ଜିବି ରାମ୍‍ ସହିତ ୧୨୮ଜିବି ଷ୍ଟୋରେଜ୍‍ର ମୂଲ୍ୟ ୩,୧୯୯ଚୀନ୍‍ ୟାନ୍‍, ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୩୨,୧୦୦ଟଙ୍କା ଏବଂ ୮ଜିବି ରାମ୍‍ ସହିତ ୧୨୮ଜିବି ଷ୍ଟୋରେଜ୍‍ର ମୂଲ୍ୟ ୩,୫୯୯ଚୀନ ୟାନ୍‍ , ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୩୬,୧୦୦ଟଙ୍କା ରଖାଯାଇଛି। ଏହି ଫୋନ ଏବେ ଭାରତରେ ଲଞ୍ଚ୍‍ ହେବାର କୌଣସି ଖବର ଆସିନାହିଁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories