www.samajalive.in
Thursday, December 11, 2025
18.1 C
Bhubaneswar

ଖ୍ରୀଷ୍ଟମାସ ବିଶେଷ : ଏହି ଜିନିଷର ରହିଛି ସ୍ୱତନ୍ତ୍ରତା, ଯାହା ବିନା ଫିକା ଲାଗେ ପର୍ବ

ଖ୍ରୀଷ୍ଟମାସର ପର୍ବ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କୁ ମଧ୍ୟ ଖୁବ ପସନ୍ଦ। ବିଶେଷ କରି ଖ୍ରୀଷ୍ଟୀଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୁଖ୍ୟ ପର୍ବ ହେଉଛି ବଡଦିନ , ଡିସେମ୍ବର ୨୫। ଏହି ପର୍ବକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ଏହି ପର୍ବ, ଆଲୋକ, ଭଲପାଇବା ଓ ଖୁସିର ପ୍ରତୀକ। ମାନ୍ୟତା ଅନୁଯାୟୀ ଲୋକେ ଏହି ଦିନ ଖ୍ରୀଷ୍ଟମାସ ଟ୍ରୀକୁ ଘରକୁ ଆଣି ଖୁବ ସୁନ୍ଦର ଭାବେ ସଜାଇ ଥାଆନ୍ତି। ଘରେ ରଙ୍ଗ ବେରଙ୍ଗର ଲାଇଟ ଲଗାଇଥାଆନ୍ତି। ଅନ୍ୟାନ୍ୟ ବହୁ ସାଜସଜ୍ଜା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଆନ୍ତି। ତେବେ ଜାଣନ୍ତୁ ଖ୍ରୀଷ୍ଟମାସ ସହ ଜଡ଼ିତ ଏହି ୫ଟି ଜିନିଷ ଯାହା ବିନା ଫିକା ଲାଗେ ଏହି ପର୍ବ। ଏହି ଜିନିଷର କିଛି ସ୍ୱତନ୍ତ୍ରତା ମଧ୍ୟ ରହିଛି।
ଖୁସିର ପ୍ରତୀକ ମହମବତୀ
ଯେକୌଣସି ପର୍ବ ହେଉ ଆଲୋକ ବିନା ତାହା ଫିକା ଲାଗେ। ମହମବତୀ ଯେପରି ଅନ୍ଧାର ଦୂର କରି ଆଲୋକ ଆଣେ, ସେଭଳି ଖ୍ରୀଷ୍ଟମାସରେ ମହମବତୀର ବ୍ୟବହାର ଜୀବନକୁ ଖୁସି ରୂପକ ଆଲୋକରେ ଭରି ଦିଏ। ଏହାସହ ରଙ୍ଗବେରଙ୍ଗର ମହମବତୀ ମଧ୍ୟ ଲଗାଇବା ଦ୍ୱାରା ଏହା ସୁନ୍ଦର ଦେଖାଯିବା ସହ ଜୀବନରେ ସକରାତ୍ମକ ପ୍ରଭାବ ପକାଇଥାଏ।
ଘଣ୍ଟି ଦ୍ୱାରା ଆସିଥାଏ ସକରାତ୍ମକ ଶକ୍ତି
ଏହିଦିନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ପାଳନ କରାଯାଉଥିବାରୁ ଖ୍ରୀଷ୍ଟୀଆନ ସମ୍ପ୍ରଦାୟର ଲୋକମାନେ ଏହାକୁ ଘଣ୍ଟି ବଜାଇ ହସ ଉଲ୍ଲାସର ସହ ଆରମ୍ଭ କରିଥଆନ୍ତି। ଘଣ୍ଟି ଦ୍ୱାରା ସକରାତ୍ମକ ଶକ୍ତି ଆସିବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
କେକ୍‍ ପାଟି ମିଠା କରିବା ସହ ଦୂର କରେ ଚିନ୍ତା
ଏହି ପର୍ବ କେକ୍‍ ବିନା ସମ୍ପୂର୍ଣ୍ଣ ଫିକା। କେକ ବିଶେଷ କରି ଏହି ସମୟରେ ପ୍ରସ୍ତୁତ କରାଯାଏ। ଏହାଦ୍ୱାରା କେକ ଖାଇବା ଦ୍ୱାରା ଚିନ୍ତା ଦୂର ହେବା ସହ ମନ ପ୍ରଫୁଲ୍ଲ ହୋଇଥାଏ। ଏହିଦିନ ସଭିଏଁ କେକ ଖୁଆଇ ଥାଆନ୍ତି ଓ ଖାଇଥାଆନ୍ତି।
ଉପହାର –
ଉପହାର ମିଳିଲେ ପର୍ବର ଖୁସି ଦ୍ୱିଗୁଣିତ ହୋଇଯାଏ ବୋଲି କୁହାଯାଏ। ତେଣୁ ଏହି ଉପହାର ଯେକୌଣସି ଜିନିଷ ଆକାରରେ ମିଳୁ ଅଥବା ଆପଣ କୌଣସି ଅସହାୟଙ୍କୁ ଆବଶ୍ୟକ ଜିନିଷ ଦାନ ଦିଅନ୍ତୁ। ଏହା ସବୁଠାରୁ ଉତ୍ତମ ବୋଲି କୁହାଯାଏ।
ମିଳିମିଶି ରହିବାର ସନ୍ଦେଶ
ଏହିଦିନ ମଧ୍ୟ ରାତ୍ରିରେ ବିଶେଷ କରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ପ୍ରାର୍ଥନା କରିବା ସହ ମିଳିମିଶି ରହିବାକୁ ପ୍ରଭୁଙ୍କ ନିକଟରେ ଜଣାଇ ଥାଆନ୍ତି। ଏହି ସମୟର ପ୍ରାର୍ଥନା ସିଧାସଳଖ ପ୍ରଭୁ ଗ୍ରହଣ କରିଥାଆନ୍ତି ବୋଲି କୁହାଯାଏ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories