www.samajalive.in
Monday, December 8, 2025
24.1 C
Bhubaneswar

ଏସିଆର ପ୍ରଥମ ଷ୍ଟ୍ରିଟ୍ ଲାଇଟ୍

ଆଜିକାଲି ବିଦ୍ୟୁତ୍ ସରବରାହ ଗାଁଗଣ୍ଡାକୁ ମଧ୍ୟ ହେଲାଣି। ଏବେ ଇନର୍ଭଟର ପାୱାର୍ ବ୍ୟାକ୍‌ ଅପ୍ ଯୁଗରେ ବିଦ୍ୟୁତ୍ କାଟର ଅସୁବିଧା ଜାଣିହେଉନି। କିଛି ବର୍ଷ ତଳେ ଭାରତର ଅଧିକାଂଶ ଅଞ୍ଚଳରେ ଅନ୍ଧାର ରାଜୁତି କରୁଥିଲା। ସମୟକ୍ରମେ ଏସବୁ ଅସୁବିଧା ଦୂର ହୋଇଛି। ଭାରତରେ ପ୍ରଥମଥର ବେଙ୍ଗାଲୁରୁରେ ଷ୍ଟ୍ରିଟ୍ ଲାଇଟ୍ ଆଲୋକିତ ହୋଇଥିବାବେଳେ ତତ୍କାଳୀନ ମହୀଶୂର ରାଜା ନାଲୱାଦି କ୍ରିଷ୍ଣରାଜା ୱାଦିୟାର୍‌୍ଙ୍କ ଉଦ୍ୟମରୁ ହିଁ ଏହା ସମ୍ଭବପର ହୋଇଥିଲା। ଏସିଆରେ ବେଙ୍ଗାଲୁରୁ ପ୍ରଥମ ସହର ଭାବେ ପରିଚିତ ହେଲା, ଯେଉଁଠାରେ ବିଦ୍ୟୁତ୍ ଷ୍ଟ୍ରିଟ୍ ଲାଇଟ୍ ଆଲୋକିତ କରାଗଲା। ଏହା ପୂର୍ବରୁ ବେଙ୍ଗାଲୁରୁରେ କିରାସିନି ଷ୍ଟ୍ରିଟ୍ ଲାଇଟ୍‌ରେ କାମ ଚଳୁଥିଲା। ସ୍ଥାନୀୟ କେ.ଆର୍‌ ମାର୍କେଟ୍‌୍ରେ ଏହି କାମ ଆରମ୍ଭ ହେଲା, ୧୯୦୫ ଅଗଷ୍ଟ ୫ ସନ୍ଧ୍ୟାରେ ଷ୍ଟ୍ରିଟ୍ ଲାଇଟ୍୍ର ଆଲୋକ ଚତୁର୍ଦିଗକୁ ଉଜ୍ଜ୍ଵଳ କଲା। ବିଦ୍ୟୁତ୍ ଷ୍ଟ୍ରିଟ୍ ଲାଇଟ୍‌କୁ ଦେଖିବାକୁ ୨୦୦ ଲୋକ ଏକାଠି ହୋଇଥିଲେ। ଘଟଣାକୁ ଇତିମଧ୍ୟରେ ୧୧୫ ବର୍ଷ ଅତିବାହିତ ହୋଇଗଲାଣି, ବେଙ୍ଗାଲୁରୁ କେ.ଆର୍‌ ମାର୍କେଟ୍‌ରେ ଏଇ ବିଦ୍ୟୁତ୍ ଖୁଣ୍ଟି ଏବେ ମଧ୍ୟ ପୁରୁଣା କଥାର ସାକ୍ଷୀ ଭାବେ ଛିଡ଼ା ହୋଇରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories