www.samajalive.in
Saturday, December 13, 2025
14.1 C
Bhubaneswar

ଟେଷ୍ଟ ବ୍ୟାଟିଂ ମାନ୍ୟତା : ସ୍ମିଥ୍‌ଙ୍କ ନିକଟତର କୋହଲି

ଦୁବାଇ : ଆଡିଲେଡ୍‌ ଟେଷ୍ଟରେ ଭାରତୀୟ କ୍ରିକେଟ୍‌ ଦଳ ଲଜ୍ଜାକର ପରାଜୟ ଭୋଗିଛି ସତ; ଭାରତୀୟ ଅଧିନାୟକ ବିରାଟ କୋହଲି କିନ୍ତୁ ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ ତାଲିକାର ଶୀର୍ଷସ୍ଥାନ ଆଡ଼କୁ ଅଗ୍ରସର ହେଉଛନ୍ତି। ଏହି ମାନ୍ୟତା ତାଲିକାର ୧ନଂ ସ୍ଥାନ​‌େ​‌ର ଥିବା ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନିକଟତର ହୋଇ ପାରିଛନ୍ତି କୋହଲି। ସ୍ମିଥ୍ ଏବେ ସର୍ବାଧିକ ୯୦୧ ପଏଣ୍ଟ ପାଇଥିବା ବେଳେ ୨ୟ ସ୍ଥାନରେ ଥିବା କୋହଲି ୮୮୮ ପଏଣ୍ଟରେ ଅଛନ୍ତି। ଆଡିଲେଡ୍‌ ଟେଷ୍ଟରେ ସ୍ମିଥ୍ ୧ ଓ ୧ ରନ୍‌ କରିଥିବା ବେଳେ କୋହଲି ୭୪ ଓ ୪ ରନ୍‌ କରିଥିଲେ। ୨ଟି ଇନିଂସରୁ ମାତ୍ର ୨ ରନ୍‌ କରିଥିବା ସ୍ମିଥ୍ ୧୦ ମାନ୍ୟତା ପଏଣ୍ଟ ହରାଇଛନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ଟି ଟେଷ୍ଟମ୍ୟାଚ୍‌ରେ କୋହଲି ଖେଳିବେନାହିଁ। ଯଦି ଏହି ୩ଟି ଟେଷ୍ଟରେ ସ୍ମିଥ୍ ଭଲ ବ୍ୟାଟିଂ କରନ୍ତି; ତେବେ ୧ନଂ ବ୍ୟାଟିଂ ମାନ୍ୟତାକୁ ସେ ଆହୁରି ମଜ୍‌ଭୁତ କରିପାରିବେ।

ଉକ୍ତ ​‌େ​‌ଟଷ୍ଟମ୍ୟାଚ୍‌ରେ ୪୭ ଓ ୬ ରନ୍‌ ରନ୍‌ କରିଥିବା ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ ଜୀବନର ଶ୍ରେଷ୍ଠ ମାନ୍ୟତା ପଏଣ୍ଟ ୮୩୯ ପାଇଛନ୍ତି। ଲାବୁସେନ୍ ଏବେ ୪ର୍ଥ ସ୍ଥାନରେ ରହିଛନ୍ତି। ୮୭୭ ପଏଣ୍ଟ ସହ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍‌ସନ ୩ୟ ସ୍ଥାନରେ ରହିଛନ୍ତି। ଆହତ ଥିବା ୨ୟ ବ୍ୟାଟ୍‌ସମ୍ୟାନ୍ ପାକିସ୍ତାନର ବାବର ଆଜମ୍ ୫ମ ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୬ଷ୍ଠ ସ୍ଥାନରେ ରହିଛନ୍ତି। ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତା ତାଲିକାର ଶୀର୍ଷ-୧୦ରେ ଥିବା ୨ୟ ଭାରତୀୟ ହେଲେ ଚେତେଶ୍ବର ପୂଜାରା। ଗୋଟିଏ ସ୍ଥାନ ତଳକୁ ଖସି ୮ମ ସ୍ଥାନରେ ପୂଜାରା ଥିବା ବେଳେ ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ୭ମ, ଜୋ ରୁଟ୍‌ ୯ମ ଓ ନ୍ୟୁଜିଲାଣ୍ଡର ଟମ୍‌ ଲାଥାମ୍ ୧୦ ସ୍ଥାନରେ ଅଛନ୍ତି। ତାଙ୍କର ଅପରାଜିତ ୭୩ ରନ୍‌ର ଇନିଂସ ବଳରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍‌ ଜୀବନର ଶ୍ରେଷ୍ଠ ମାନ୍ୟତା ୩୩ରେ ପହଞ୍ଚିଛନ୍ତି। ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଆର୍. ଅଶ୍ବିନ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଭାରତୀୟ ବୋଲର ହୋଇଛନ୍ତି। ଅଶ୍ବିନ୍ ଏବେ ୯ମ ସ୍ଥାନରେ ରହିଛନ୍ତି। ଆଡିଲେଡ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ୯୧୦ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛନ୍ତି। ପ୍ରଥମ ଟେଷ୍ଟରେ ଭାରତର ବ୍ୟାଟିଂକୁ ଧ୍ବଂସ କରିଥିବା ଅଷ୍ଟ୍ରେଲିଆର ପେସ୍ ବୋଲର ଜୋସ୍ ହାଜେଲଉଡ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ୨ୟ, ନ୍ୟୁଜିଲାଣ୍ଡର ନିଲ୍‌ ୱାଗ୍‌ନର ୩ୟ ଓ ଟିମ୍ ସାଉଦି ୪ର୍ଥ, କାଗିସୋ ରାବାଡ଼ା ୬ଷ୍ଠ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୭ମ ଓ ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ ୮ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ଇଂଲଣ୍ଡର ବେନ୍ ଷ୍ଟୋକ୍‌ସ ଶୀର୍ଷରେ ଅଛନ୍ତି। ଭାରତର ରବୀନ୍ଦ୍ର ଜାଡ଼େଜା ୩ୟ ଓ ରବିଚନ୍ଦ୍ରନ ଅଶ୍ବିନ ୬ଷ୍ଠ ସ୍ଥାନରେ ରହିଛନ୍ତି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories