www.samajalive.in
Saturday, December 13, 2025
14.1 C
Bhubaneswar

ବାଇକ ଧକ୍କ୍କାରେ ୩ ମହିଳା ଆହତ; ଚାଳକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ଖଲ୍ଲିକୋଟ: ବାଇକ ଧକ୍କାରେ ୩ଜଣ ମହିଳା ଆହତ ହେବା ଘଟଣାରେ ଉତକ୍ଷିପ୍ତ ଗ୍ରାମବାସୀ ସଂପୃକ୍ତ ବାଇକ ଚାଳକଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ। ଲୋକଙ୍କ ମାଡରେ ପ୍ରାଣ ହରାଇଥିବା ବାଇକ ଚାଳକ ହେଲେ ମୋହନପୁର ଗ୍ରାମର ପ୍ରମୋଦ ଦାସ। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି।

ଗତକାଲି ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମୋହନପୁର ଗ୍ରାମର ଧୋବା ଦାସଙ୍କ ପୁଅ ପ୍ରମୋଦ ଦାସ (୪୬) ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମୁକୁନ୍ଦପୁରଠାରେ ପୂର୍ତ୍ତ ବିଭାଗ ରାସ୍ତା କାମ ସାରି କିଛି ମହିଳା ଶ୍ରମିକ ନିଜ ଗ୍ରାମକୁ ଫେରୁଥିବା ବେଳେ ବାଇକ ଆରୋହୀ ପ୍ରମୋଦ ଦାସ କୁଆଡେ ସେମାନଙ୍କୁ ଧକ୍କା ଦେଇଥିଲେ। ବାଇକ ଧକ୍କାରେ ୩ ଜଣ ମହିଳା ଶ୍ରମଜୀବୀ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ପରେ ପରେ ମୁକୁନ୍ଦପୁର ଗ୍ରାମର କିଛିଲୋକ ଅତର୍କିତ ସେଠାରେ ପହଞ୍ଚି ପ୍ରମୋଦଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ପକାଇଥିଲେ। ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ଗତକାଲି ରାତିରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

- Advertisement -

ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ମୁକୁନ୍ଦପୁର ଯାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଫେରିଛନ୍ତି। ବ୍ରହ୍ମପୁର ବଡ ମେଡିକାଲରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିବାରୁ ବି.ଏନ.ପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖଲ୍ଲିକୋଟ ଥାନାରେ କୌଣସି ପ୍ରକାର ଏତଲା ହୋଇନି ବୋଲି ଥାନା ଅଧିକାରୀ କହିଛନ୍ତି। ମୋହନପୁର ଓ ମୁକୁନ୍ଦପୁର ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଶତ୍ରୁତା ରହିଥିଲା ବୋଲି ସେ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories