www.samajalive.in
Thursday, December 11, 2025
14.1 C
Bhubaneswar

ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା, ଜଣକୁ ଗିରଫ କଲା ଏସ୍‌ଆଇଟି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ଗିରଫ କରିଛି। ଅଭିଯୁକ୍ତ ଜଣକ କିଏ ତାହା ଏସ୍‌ଆଇଟି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ଏସ୍‌ଆଇଟି ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ବୋଲି ସୂଚନା ଦିଆଯାଇଛି। ପରୀ ହତ୍ୟାକାଣ୍ଡରେ ସେକ୍ସନ୍-୬ ପସ୍କୋ ଧାରାରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ନୟାଗଡ଼ ପସ୍କୋ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯିବ। ୩୭୬(କ), ୩୬୪, ୩୦୨ ଏବଂ ୩୦୧ ଆଇପିସିରେ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ଗିରଫ କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଆଇଟି ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି।

- Advertisement -

ପରୀ ହତ୍ୟା ମାମଲାରେ ଏସଆଇଟି(SIT) ଶନିବାର ୩ ଜଣଙ୍କୁ ଉଠାଇ ନେଇଥିଲା। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ ସହିତ ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିଲା। ତେବେ ଆଜି ସରୋଜ ସେଠୀଙ୍କ ଭଉଣୀ ଓ ମା’ଙ୍କୁ ଏସ୍‌ଆଇଟି ଛାଡ଼ି ଦେଇଥିଲା। କିନ୍ତୁ ସରୋଜ ସେଠୀଙ୍କୁ ଅଟକ ରଖିଥିଲା। ତେବେ ଏସ୍‌ଆଇଟି ପକ୍ଷରୁ ସରୋଜ ସେଠୀଙ୍କୁ ଗିରଫ କରାଯାଇଛି କିମ୍ବା ଯଦୁପୁର ଗ୍ରାମର ଅନ୍ୟ କାହାକୁ ଗିରଫ କରାଯାଇଛି ତାହାର ସୂଚନା ଏସ୍‌ଆଇଟି ପକ୍ଷରୁ ଦିଆଯାଇ ନାହିଁ। ପ୍ରେସ୍‌ ରିଲିଜ୍‌ରେ କେବଳ ଯଦୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୁରୀ ହତ୍ୟା ମାମଲାରେ ଗିରଫ କରାଯାଇଛି ବୋଲି କୁହାଯାଇଛି। ତେଣୁ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗ୍ରାମରୁ ଏସ୍‌ଆଇଟି କାହାକୁ ଗିରଫ କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସରୋଜ ସେଠୀଙ୍କ ମା’ କହିଛନ୍ତି ଯେ ଏସ୍‌ଆଇଟି ପକ୍ଷରୁ ପୁଅ ଅନ୍ୟଗାଡ଼ିରେ ଯିବ ବୋଲି ଏସ୍‌ଆଇଟି ପକ୍ଷରୁ କୁହାଯାଇଥିଲା। ଝିଅ ସହିତ ତାଙ୍କୁ ପ୍ରଥମ ଗାଡ଼ିରେ ପଠାଇ ଦିଆଯାଇଥିଲା। ପୁଅ ସରୋଜକୁ ଗିରଫ କରାଯାଇଛି କି ନାହିଁ ତାହା ସେ ଜାଣନ୍ତି ନାହିଁ।
ପରୀର ବାପାମା’ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏସ୍‌ଆଇଟି ପକ୍ଷରୁ ଅନ୍ଧାରରେ ବାଡ଼ି ବୁଲାଇ ଜଣକୁ ଗିରଫ କରିବା ଠିକ୍‌ ନୁହେଁ। ଆମେ ଏସ୍‌ଆଇଟି ଦଦନ୍ତରେ ସନ୍ତୁଷ୍ଟ ନୋହୁଁ। ଆମ ଝିଅର ତଦନ୍ତ ସିବିଆଇ ଦ୍ବାରା କରାଯାଉ। ଚାପର ବଶବର୍ତ୍ତି ହୋଇ ଏସ୍‌ଆଇଟି ଯଦୁପୁର ଗାଁରୁ ଜଣକୁ ଗିରଫ କରିଛି। ତେବେ ଗିରଫ କରିଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିବାରେ ଅସୁବିଧା କେଉଁଠି ରହିଛି ବୋଲି ପରୀର ବାପାମା’ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories