www.samajalive.in
Monday, December 8, 2025
24.1 C
Bhubaneswar

ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବୀରେ ବିଜେପିର ପଦଯାତ୍ରା 

ବୌଦ୍ଧ : ନୟାଗଡ ଜିଲ୍ଲାର କୁନି ଝିଅ ପରୀର ରହସ୍ୟଜନକ ହତ୍ୟା ଘଟଣାକୁ ରାଜ୍ୟ ସରକାର ଘଣ୍ଟ ଘୋଡାଇ ଚାଲିଥିବା ବେଳେ ତଦନ୍ତ ନାମରେ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ନେଇ ବିରୋଧୀ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ପରୀକୁ ନ୍ୟାୟ ପ୍ରଦାନ ଓ ଏହି ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ରାଜ୍ୟସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବୀରେ ଜନସଚେତନତା ପାଇଁ ବିଜେପି ପକ୍ଷରୁ ଏକ ପଦଯାତ୍ରା ବୌଦ୍ଧ ନିର୍ବାଚନ ମଣ୍ଡଳୀର ଲାଣ୍ଡିବନ୍ଧଠାରୁ ବାହାରି ବୀରନରସିଂହପୁୂର ପର୍ଯ୍ୟନ୍ତ ଯାଇଥିଲା।

ଲାଣ୍ଡିବନ୍ଧର ପନ୍ଥେଇ ପୀଠରେ ପୂଜାର୍ଚ୍ଚନା ପରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ ଦଳୀୟ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିବାପରେ ପଦଯାତ୍ରା ରାଧାନଗର, ବୃନ୍ଦାବନ, ମଥୁରା, ଚମ୍ପାପୁର ଓ ଖଜୁରୀପଡା ଗ୍ରାମଦେଇ ବୀରନରସିଂହପୁରଠାରେ ସମାପ୍ତ ହୋଇଥିଲା। ବୀରନରସଂହପୁରଠାରେ ଏକ ପଥପ୍ରାନ୍ତ ସଭାରେ ଜିଲ୍ଲା ସଭାପତି ଶ୍ରୀମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଧାନ ଜନସାଧାରଣ ଓ ଦଳୀୟ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଥିଲେ ଯେ, ପରୀକୁ ନ୍ୟାୟ ପ୍ରଦାନ ସହିତ ରାଜ୍ୟରେ ୫ ହଜାରରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଅପହରଣ ମାମଲାରେ ତୁରନ୍ତ ପଦକ୍ଷେପ ନେବା ଏବଂ ବୌଦ୍ଧଜିଲ୍ଲାର ୭ ଜଣ ଶିଶୁ ଅପହରଣ ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବାକୁ ଦାବି କରିଥିଲେ। ଏହି ପଦଯାତ୍ରାରେ ବରିଷ୍ଠ ବିଜେପି ନେତା ମାଗୁଣି ଗାଇଗୌରିଆ, ଯୁଗଳ କିଶୋର ସାହୁ, ମନୋରଂଜନ ଦାଶ, ସୌମିତ୍ରୀ କୁମାର ନାୟକ, ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ଶ୍ୟାମସୁନ୍ଦର ପୁରୋହିତ, ତାପସ ପଟ୍ଟନାୟକ, ଅଟଳ କୁମାର ପ୍ରଧାନ, ଗଣେଶ୍ୱର ବେହେରା, ରବି ପ୍ରଧାନ, ପୂର୍ଣ୍ଣ ଗାଇଗୌରିଆ, ଶିବ କ୍ଷେତି, ନମିତାରାଣୀ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଯୁକ୍ତା ନାୟକ, ନାରାୟଣ କର୍ମୀ, ଓମପ୍ରକାଶ ମିଶ୍ର, ଦମୋଦର ମିଶ୍ର, ବାମଦେବ ବାରିକ, ସୁନୀଲ କ୍ଷେତି, ପଙ୍କଜ ବାରିକ, ଶୁକଦେବ ପ୍ରଧାନ, ସୁରଥ ପ୍ରଧାନ, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories