www.samajalive.in
Thursday, December 11, 2025
14.1 C
Bhubaneswar

ଭାରତର ଏହି ପାଞ୍ଚଟି ରାଜ୍ୟ : ଯେଉଁଠାରେ ସର୍ବାଧିକ କରୋନା ସଂକ୍ରମିତ

 

ନୂଆଦିଲ୍ଲୀ : ଭାରତର ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳରେ ରେକର୍ଡ ହୋଇଥିବା କରୋନା ସଂକମଣ (କୋଭିଡ -୧୯) ସଂଖ୍ୟା ସର୍ବାଧିକ ରହିଥିବାବେଳେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସଂକ୍ରମଣ ସଂଖ୍ୟା ଶନିବାର ଏକକୋଟି ଅତିକ୍ରମ କରିଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ରବିବାର ସକାଳେ ଭାରତରେ ୨୬,୬୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୪୧ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୯୫,୮୦,୪୦୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧,୪୫,୪୭୭ ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଥିବା ରାଜ୍ୟ

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୮,୯୨,୭୦୭  କରୋନା ସଂକ୍ରମିତ ଛିହ୍ନଟ ହୋଇଥିବା ଜଣାପଡିଛି। ଦେଶରେ ଏହି କରୋନା ଜନିତ ସମୁଦାୟ ୧,୪୫,୪୭୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏଥି ମଧ୍ୟରୁ ମହାରାଷ୍ଟ୍ରର ୪୮,୬୪୮ ଜଣ। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ସମୟରେ କହିଛନ୍ତି ଯେ ସେ ମହାରାଷ୍ଟ୍ରରେ ରାତ୍ରି କର୍ଫ୍ୟୁ କିମ୍ବା ଅନ୍ୟ କୌଣସି ଳକ୍ ଡାଉନ୍ କରିବା ସପକ୍ଷରେ ନାହାଁନ୍ତି ଏବଂ ରାଜ୍ୟରେ କରୋନୋ ସଂକ୍ରମଣ ନିୟନ୍ତ୍ରଣରେ ଅଛି। ଏଥିସହ ଆସନ୍ତା ମାସ ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଆନ୍ଧ୍ର ପ୍ରଦେଶ

ରବିବାର ଦିନ ସରକାରଙ୍କ ଦ୍ୱାରା ପ୍ରକାଶିତ ମିଡିଆ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶରେ ଚାରିଜଣଙ୍କର ମୃତ୍ୟୁ ଏବଂ ୪୭୯ ଟି ନୂଆ କୋଭିଡ -୧୯ ମାମଲା ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୮,୭୮,୨୮୫ କୁ ବୃଦ୍ଧି ପାଇଛି। ମୋଟ ପଜିଟିଭ୍ ମାମଲା ମଧ୍ୟରୁ ୪,୩୫୫ ସକ୍ରିୟ ଏବଂ ୪୯୭ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ରାଜ୍ୟରେ  ମୋଟ ଆରୋଗ୍ୟ ସଂଖ୍ୟା ୮,୬୬,୮୫୬କୁ ବୃଦ୍ଧି ପାଇଛି।

କର୍ଣ୍ଣାଟକ

ଶନିବାର ଦିନ ରାଜ୍ୟରେ ୧,୧୫୨ ଟି ନୂଆ ମାମଲା  ପରେ କର୍ଣ୍ଣାଟକର କୋଭିଡ -୧୯ ସଂକ୍ରମଣ ୯,୦୮,୨୭୫ ରେ ପହଞ୍ଚିଛି । ସାଂଘାତିକ ସଂକ୍ରମଣ ଯୋଗୁଁ ଆଉ ୧୫ ଜଣଙ୍କର ମୃତ୍ୟୁ ପରେ କର୍ଣ୍ଣାଟକରେ ୧୨,୦୦୪ ଜଣଙ୍କର ମୃତ୍ୟୁ ହୋଇଛି।

ତାମିଲନାଡୁ

ତାମିଲନାଡୁରେ ଶନିବାର ଦିନ କୋଭିଡ -୧୯ ର ୧,୧୨୭ଟି ନୂଆ ମାମଲା ରେକର୍ଡ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ୧,୨୦୨ ଜଣ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି, ପଳରେ ମୋଟ ସଂଖ୍ୟା ୭,୮୪,୧୧୭କୁ ବୃଦ୍ଧି ପାଇଛି। ଆଉ ୧୪ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧,୯୬୮ କୁ ବୃଦ୍ଧି ପାଇଛି।

କେରଳ

ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଦେଶର ସର୍ବାଧିକ ୬,୨୯୩ ନୂଆ କୋଭିଡ -୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୬୦,୩୯୬ ଥିବାବେଳେ ଏପର୍ଯ୍ୟନ୍ତ ୬,୩୬,୮୧୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୭୮୬ ରେ ପହଞ୍ଚିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories