www.samajalive.in
Saturday, December 13, 2025
26.1 C
Bhubaneswar

ପୂରଣ ହେବ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନ, ଗୁଜୁରାଟର ଜାମ୍‌ନଗରରେ ବିଶ୍ଵର ସର୍ବ ବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ କରିବ ରିଲାଏନ୍ସ

ଜାମ୍‌ନଗର : ଗୁଜୁରାଟର ଜାମନଗରରେ ତିଆରି ହେବ ବିଶ୍ଵର ସର୍ବ ବୃହତ ପ୍ରାଣୀ ଉଦ୍ୟାନ। ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ପକ୍ଷୀ, ସରିସୃପ ଆଦି ରହିବାର ବ୍ୟବସ୍ଥା କରାଯିବ । ଜାମନଗରର ୨୮୦ ଏକର ଜମିରେ ହେବାକୁ ଥିବା ବିଶ୍ଵର ସର୍ବ ବୃହତ ପ୍ରାଣୀ ଉଦ୍ୟାନର ନିର୍ମାଣ କରିବ ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍। ଗୁଜରାଟର ଜାମନଗରରେ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ।

ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି ଯେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବା ହେଉଛି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ । ଏହା ଜାମନଗରର ମୋତି ଖାୱାଡି ଠାରେ କମ୍ପାନୀର ରିଫାଇନାରୀ ପ୍ରକଳ୍ପ ନିକଟରେ ପ୍ରାୟ ୨୮୦ ଏକର ଜମିରେ ନିର୍ମାଣ ହେବ। ବିଶେଷ କଥା ହେଉଛି ରିଲାଏନ୍ସର ରିଫାଇନିଂ ପ୍ରୋଜେକ୍ଟ ମଧ୍ୟ ଦୁନିଆର ସବୁଠୁ ବଡ କମ୍ପ୍ଲେକ୍ସ।

- Advertisement -

ରିଲାଏନ୍ସ ଅଧିକାରୀଙ୍କ କହିବାନୁସାରେ, ଯଦି କୌଣସି ପ୍ରତିବନ୍ଧକ ନ ରୁହେ ତେବେ ଆଶନ୍ତା ୨ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏହି ଚିଡିଆଖାନା ଖୋଲିବ । ଏଥିପାଇଁ ସରକାରୀ ପ୍ରକ୍ରିୟା ଶେଷ ହୋଇଯାଇଛି । ସମସ୍ତ ଅନୁମତି ମଧ୍ୟ ମିଳିଛି । ଚିଡିଆଖାନାରେ ଫ୍ରଗ୍ ହାଉସ୍, ଇନସେକ୍ଟ ଲାଇଫ୍, ଡ୍ରାଗନ୍ସ ଲ୍ୟାଣ୍ଡ୍, ଏକଜୋଟିକ୍ ଆଇସଲ୍ୟାଣ୍ଡ ଆଦି ରହିବ । ସମସ୍ତ ଯୋଜନା ସେଣ୍ଟ୍ରାଲ୍ ଜୁ ଅଥରିଟୀର ଓ୍ୱେବସାଇଟରେ ସେୟାର କରାଯାଇଛି ।

ଏହି ଚିଡ଼ିଆଖାନାର ନାଁ ଦିଆଯିବ ‘ଗ୍ରିନ୍‌ସ୍‌ ଜୁଲୋଜିକାଲ୍‌, ରେସ୍କ୍ୟୁ ଆଣ୍ଡ୍‌ ରିହାବିଲିଟେସନ୍‌ କିଙ୍ଗ୍‌ଡମ୍‌’। ଚିଡ଼ିଆଖାନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିସାରିଛି ବୋଲି ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କର୍ପୋରେଟ୍‌ ବ୍ୟାପାରର ନିର୍ଦେଶକ ପରିମଳ ନାଥଓ୍ଵାନି କହିଛନ୍ତି। ଚିଡିଆଖାନାରେ ବାର୍କିଂ ଡିଅର, ବାଘ, ଭାଲୁ, ହାତୀ, ସିଂହ, ଆଫ୍ରିକାନ ଲାୟନ, ଜାଗୁଆର, ଜିରାଫ, ମାଙ୍କଡ, ଚିତା ଆଦିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ଦେଶରେ ବେସରକାରୀ ଚିଡିଆଖାନାରେ ଏକ ନୂଆ ଅଧ୍ୟାୟ ଯୋଡି ହେବ ବୋଲି କହିଛନ୍ତି ରିଲାଏନ୍ସର କର୍ପୋରେଟ୍ ଆଫାୟାର୍ସ ଡାଇରେକ୍ଟର ପରିମଳ ନାଥଓ୍ୱାନୀ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories