www.samajalive.in
Thursday, December 11, 2025
26.1 C
Bhubaneswar

ଶୀତରେ ଥରୁଛି ରାୟଗଡା ଜିଲା

ଗୁଣପୁର : ରାୟଗଡା ଜିଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତରେ ବଣ ପାହାଡ ସରସସୁନ୍ଦର ହୋଇଉଠିଛି । ଦିନରେ ବି ଦୃଶ୍ୟମାନ ହେଉନ।ହିଁ ଦିଗବଳୟ । ପର୍ବତ ଶିଖରରୁ ଅଲସୀ କନ୍ୟା ଟିଏ ଭଳି ଲାଜେଇ ଲାଜେଇ ଖାସୁଛି ପହିଡି ଝରଣା । ଲାଗୁଛି ସତେ ଯେମିତି ଶିତର ଜାଡ ଜାବୁଡି ଧରିଛି ସମସ୍ତଙ୍କୁ । ହେଲେ ଶୀତ ଲୋକଙ୍କ ଦୈନଦିନ ଜୀବନଯାତ୍ରାକୁ ପ୍ରଭାବିତ କରିପାରିନାହିଁ। ଜିଲାର ନିୟମଗିରି ଅଞ୍ଚଳରେ ଏବେ ପସରା ମେଲିଛି ଶୀତ । ଶୀତେଇ ଉଠିଛି ସାରା ଇଲାକା । ଘରୁ ବହାରିବା ବି ମୁସ୍କିଲ ହୋଇପଡିଛି। ଶୀତ କାଳରେ ପାହାଡିଆ ପରିବେଶର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଜମିଛୁ ପର୍ଯ୍ୟଟଙ୍କ ଭିଡ। ହେଲେ ଏଠିକା ଆଦିବାସୀଙ୍କ ପାଇଁ ଏହି ଋତୁର ପ୍ରଭାବ ମିଶ୍ରିତ । ଶୀତରେ ସେମାନେ ଧାନ , ମଣ୍ଡିଆ , ସୁଆଁ , ଆଲସୀ ଫସଲ ଅମଳ କରିଥାଆନ୍ତି। ଏହାପରେ ଆରମ୍ଭ ହୋଇଯାଏ ଶୀତଦିନିଆ ପାରିବା ଚାଷ ପାଇଁ ପ୍ରସ୍ତୁତି । କାରଣ ଏଇଟାହିଁ ଭଲ ଦୁଇପାଇସା ରୋଜଗାର କରିବାର ଲାଗି ପ୍ରକୃଷ୍ଟ ସମୟ । ଶିତୁଆ ସକାଳରେ ଝାଳ ବୁହାଇବାଲାଗି ପରିବାରର ଲୋକେ ଏକାଠି ହୁଅନ୍ତି ଜମିରେ । ରାୟଗଡା ଜିଲାର ଆଦିବାସୀଙ୍କ ଜୀବନ ଚଳଣି ଅନ୍ୟ ଠାରୁ କିଛିଟା ଅଲଗା । ଏବେ ଏଅଞ୍ଚଳକୁ ଶୀତ କଷ୍ଟ ସତ୍ତ୍ବେ ଲୋକେ ଉପଭୋଗ କରୁଥିବା ଦେଖାଯାଉଛି। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories