www.samajalive.in
Saturday, December 13, 2025
26.1 C
Bhubaneswar

ପାଠକଙ୍କ ପ୍ରିୟ ଲାଇବ୍ରେରୀ ଚେୟାର

ଜ୍ଞାନକୌଶଳରେ ଆଗକୁ ବଢ଼ୁଥିବା ମନୁଷ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିଜ ପାରଙ୍ଗମତା ଦେଖାଉଛି। ଭାରତୀୟ ବଜାରରେ ନୂଆ କରି ଆସିଥିବା ‘ଲାଇବ୍ରେରୀ ଚେୟାର୍’ କିଛି ମାସ ତଳେ ହିଁ ପ୍ରଥମେ ଆମେରିକା ବଜାରରେ ବିକ୍ରି ଆରମ୍ଭ ହୋଇଥିଲା। ଏଇ ଚେୟାର୍ ଦେଉଥିବା ସୁବିଧାଟି ହେଉଛି ଘରର କୌଣସି ଥାକ କିମ୍ବା ପଢ଼ା ଟେବୁଲ୍‌ ଉପରେ ନିଜ ବହିଗୁଡ଼ିକୁ ରଖିବାର ଆବଶ୍ୟକତା ନାହିଁ। ବରଂ ଚେୟାର୍‌ରେ ଥିବା ଥାକରେ ବହିକୁ ରଖିଲେ, ତାହା ଏକ ନୂଆ ଡିଜାଇନ୍ ଭାବେ ଦେଖାଯାଉଛି। ଗୋଟିଏ ବହି ପଢ଼ିସାରିବା ପରେ ବସିଥିବା ଚେୟାର୍‌ର ଥାକରେ ରଖି ବିଶ୍ରାମ ନିଅନ୍ତୁ କିମ୍ବା ଅନ୍ୟ ଏକ ବହି ସେଇ ଚେୟାର୍‌ ଥାକରୁ ଆଣି ପଢ଼ିପାରିବେ। ବରମ୍ବାର ଚେୟାର୍‌ରୁ ଉଠି ଥାକ ପାଖକୁ ଯିବାର ଦରକାର ନାହିଁ। ୨୦୨୦ ଆରମ୍ଭରେ ପ୍ରଥମେ ଆମେରିକାର ଅନ୍-ଲାଇନ୍‌ ସାଇଟ୍‌ରେ ‘ଲାଇବ୍ରେରୀ ଚେୟାର୍‌’ ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ୯ହଜାର ଟଙ୍କା ମୂଲ୍ୟରୁ ଆରମ୍ଭ ହୋଇ ଏଇ ଚେୟାର୍‌ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଦରରେ ମିଳୁଛି। ଚେୟାର୍‌ର ହାତ ରଖିବା ସ୍ଥାନରେ, ଗୋଡ଼ ପାଖରେ ସବୁଠି ଜଣେ ବହି ରଖିପାରିବ। ସନ୍‌ଫ୍ଲାୱାର୍‌ ଡିଜାଇନ୍‌ ଲାଇବ୍ରେରୀ ଚେୟାର୍‌ରେ ୫୦୦ପୁସ୍ତକ ରଖିହେବ। ବିବିଲୋଚେସ୍‌ ଚେୟାର୍‌୍ରେ ୧,୫୦୦ରୁ ଅଧିକ ପୁସ୍ତକ ରଖିବାର ସୁବିଧା ଥିବାବେଳେ ବିଶେଷ କରି ବୟସ୍କ ପିଢ଼ିଙ୍କୁ ଦୃଷ୍ଟିରେ ରଖି ଏଇ ଚେୟାର୍ ଡିଜାଇନ୍ କରାଯାଇଛି। ଚଲାବୁଲାରେ ବୟସ୍କ ଲୋକଙ୍କୁ କଷ୍ଟ ହେଉଥିବାରୁ ଇଟାଲୀର ଏକ କମ୍ପାନୀ ୨୦୧୮ରେ ପ୍ରଥମେ ଏଇ ଲାଇ​‌େ​‌ବ୍ରରୀ ଚେୟାର୍‌ ଡିଜାଇନ୍ କରିଥିଲା। ସମୟକ୍ରମେ ଏହାର ଲୋକପ୍ରିୟତା ବଢ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories