www.samajalive.in
Saturday, December 13, 2025
26.1 C
Bhubaneswar

ଆଡିଲେଡ୍‌ରେ ଅଶ୍ଵିନ,ଉମେଶ ଓ ବୁମ୍‌ରାଙ୍କ କମାଲ୍‌, ୧୯୧ରେ ଅଟକିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌ :  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍‌ରେ ଖେଳାଯାଉଥିବା ଐତିହାସିକ ପିଙ୍କ ବଲ୍‌ ଦିବାରାତ୍ର ଟେଷ୍ଟରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇନପାରି ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ରନରେ ଅଲଆଉଟ୍ ହୋଇଛି। ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ୨ୟ ଦିନରେ ଭାରତ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହେବା ପରେ ପ୍ରଥମ ଇନିଂସର ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଘରୋଇ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲରଙ୍କ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇନପାରି ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୫୩ ରନରେ ଆଗୁଆ ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଟିମ୍ ପେନ ସର୍ବାଧିକ ୭୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ବ୍ୟତୀତ ମାର୍ସନ ଲାବୁସାନେ ୪୭ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବ ବେଳେ ଉମେଶ ଯାଦବ ୩ଟି ଓ୍ଵିକେଟ୍ ନେଇଛନ୍ତି।

- Advertisement -

ଏହା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୭୪ ରନ, ଚେତେଶ୍ଵର ପୂଜାରାଙ୍କ ୪୩ ଓ ଆଜିଙ୍କ୍ୟ ରାହାଣେଙ୍କ ୪୨ ରନ ବଳରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ କରିଥିଲା। ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ବିନିମୟରେ ୨୩୩ ରନ୍‌ କରିଥିଲା। ୨ୟ ଦିନର ଖେଳ ଆରମ୍ଭ ହେବା ପରେ ଦଳ ମାତ୍ର ୧୧ ରନ୍‌ ଯୋଡ଼ି ଅଲଆଉଟ୍‌ ହୋଇଯାଇଥିଲା।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪ ରନ୍‌ ସଂଗ୍ରହ କରିଥିବାବେଳେ ଚେତେଶ୍ଵର ପୂଜାରା ୪୩ ଏବଂ ଆଜିଙ୍କ୍ୟ ରାହାଣେ ୪୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଶେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କ୍ୟୁମିନ୍‌ସ ଘାତକ ବୋଲିଂ ଭାରତୀୟ ଟିମ୍‌ର ଲୋ ସ୍କୋରିଂ ଇନିଂସର କାରଣ ସାଜିଥିଲା। ଷ୍ଟାର୍କ ୨୧ ଓଭର ବୋଲିଂ କରି ୫୩ ରନ୍‌ ବିନିମୟରେ ୪ ୱିକେଟ୍‌ ନେଇଥିବାବେଳେ କ୍ୟୁମିନ୍‌ସ ୨୧.୧ ଓଭରରେ ୪୮ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories