www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ବିସିସିଆଇ ଉପାଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା; ୨୪ରେ ଆନୁଷ୍ଠାନିକ ଘୋଷଣା

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ରାଜୀବ ଶୁକ୍ଳା ପୁଣି ଥରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ପଦ ସମ୍ଭାଳିବେ। ବିସିସିଆଇ ସଦସ୍ୟମାନେ ଏହି ପଦ ପାଇଁ ସର୍ବସମ୍ମତି କ୍ରମେ ରାଜୀବ ଶୁକ୍ଳାଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ଳା ଏହା ପୂର୍ବରୁ ଏନ. ଶ୍ରୀନିବାସନଙ୍କ ଅଧ୍ୟକ୍ଷତା ସମୟରେ ଉପାଧ୍ୟକ୍ଷ ରହିଥିଲେ। ସେ ଆଇପିଏଲ ପରିଚାଳନା ପରିଷଦର ଚେୟାରମ୍ୟାନ ମଧ୍ୟ ରହିଥିଲେ।

ବିସିସିଆଇ ଉପାଧ୍ୟକ୍ଷ ପଦ ପାଇଁ ଦିଲ୍ଲୀ ଜିଲା ଏବଂ କ୍ରିକେଟ ଆସୋସିଏଶନ (ଡିଡିସିଏ) ଅଧ୍ୟକ୍ଷ ରୋହନ ଜେଟ୍‌ଲୀ ଶୁକ୍ଳାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଉତ୍ତରାଖଣ୍ଡର ମୋହିମ ବର୍ମା ଏହାକୁ ଅନୁମୋଦନ କରିଥିଲେ। ବର୍ମା ଚଳିତବର୍ଷ ପ୍ରାରମ୍ଭରୁ ଉପାଧ୍ୟକ୍ଷ ପଦବୀ ଛାଡ଼ିଥିଲେ। ଏହା ପରେ ଶୁକ୍ଳା ସେହି ପଦବୀ ସମ୍ଭାଳିବାର ସମ୍ଭାବନା ସୃଷ୍ଟି ହୋଇଥିଲା।

- Advertisement -

ଆସନ୍ତା ୨୪ ତାରିଖରେ ଅହମ୍ମଦାବାଦରେ ହେବାକୁ ଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଶୁକ୍ଳାଙ୍କୁ ଆନୁଷ୍ଠାନିକ ଭାବେ ଉପାଧ୍ୟକ୍ଷ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏବଂ ଖେରୁଲ ଜମାମଲ ମଜୁମଦାରଙ୍କୁ ପୁଣି ଥରେ ଆଇପିଏଲ ପରିଚାଳନା ପରିଷଦ ସଦସ୍ୟ ଭାବେ ଚୟନ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories