www.samajalive.in
Saturday, December 13, 2025
21.1 C
Bhubaneswar

କୋଭିଡ କଟକଣା ସର୍ତ୍ତ ଲାଗୁ କରି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଜେପିର ଦାବି

ସମ୍ବଲପୁର: କୋଭିଡ଼ କଟକଣା ସର୍ତ ଲାଗୁ କରି ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି କରିଛି ବିଜେପି । ଏହି ମର୍ମରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଦଳ ପକ୍ଷରୁ କୁହାଯାଇଛି ଯେ କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲାକଡାଉନରେ ରହିଥିଲା । କରୋନା ଭୁତାଣୁର ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଯାତାୟତ ସଙ୍ଗେ ସଙ୍ଗେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଧର୍ମ ଅନୁଷ୍ଠାନ ବନ୍ଦ ରହିଥିଲା । ସମସ୍ତ ପ୍ରକାରର ଧାର୍ମିକ, ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ ଲାଗିଥିଲା ସମ୍ପୂର୍ଣ୍ଣ କଟକଣା । ଆମ ରାଜ୍ୟ ଓଡିଶା ରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ କଟକଣା ଲାଗୁ ହୋଇଥିଲା ।
କିନ୍ତୁ, ବର୍ତ୍ତମାନ ସମଗ୍ର ରାଜ୍ୟରେ ଯାତାୟତ ସଙ୍ଗେ ସଙ୍ଗେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟବଶାୟୀକ ପ୍ରତିଷ୍ଠାନ ଖୋଲିବା ସହ କୋଭିଡ ସର୍ତ୍ତାବଳିନୁସାରେ ସମସ୍ତ ପ୍ରକାରର ଧାର୍ମିକ, ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ସମୟାନୁକ୍ରମେ ସମସ୍ତ କଟକଣା ମାନ ଧୀରେ ଧୀରେ କୋହଳ ହେବାକୁ ବସିଲାଣି ଓ ଜନଜୀବନ ସାମାନ୍ୟ ହେବାକୁ ବସିଲାଣି । ହେଲେ, ବର୍ତ୍ତମାନ ଯାଏଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

- Advertisement -


କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ଗୁଡିକ କୋଭିଡ-୧୯ ର ସର୍ତ୍ତାବଳୀନୁସାରେ ଚାଲୁ ରହିବାର ଆବଶ୍ୟକତା ରହିଥିବା ବେଳେ ରାଜ୍ୟ ସରକାର ରେଷ୍ଟୁରାଣ୍ଟ, ବାର, ମଦ ଦୋକାନ ଭଳି ଅନେକ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଖୋଲି ସରଲେଣି ହେଲେ ରାଜ୍ୟର ସମସ୍ତ ଧର୍ମାଲମ୍ବୀ ଙ୍କ ଭାବାବେଗ ସହିତ ଜଡ଼ିତ ଧାର୍ମିକନୁଷ୍ଠାନ ଖୋଲିବାରେ କୁଣ୍ଠାବୋଧ କରୁଛନ୍ତି । ଯଦି କୋଭିଡ-୧୯ କଟକଣା ର ସର୍ତ୍ତାବଳି ପାଳନ କରି ଅନାଵଶ୍ୟକୀୟ ଓ ବିଳାଶପୂର୍ଣ୍ଣ ବ୍ୟବସ୍ଥା ଚାଲୁ ରଖା ଯାଇ ପାରୁଛି ଓ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇ ପାରୁଛି ତାହେଲେ ସମସ୍ତ ଧାର୍ମିକନୁଷ୍ଠାନମାନେ ଖୋଲିବାରେ ଅସୁବିଧା କେଉଁଠି..???


ତେଣୁ କୋଭିଡ-୧୯ କଟକଣାର ସର୍ତ୍ତାବଳି ଲାଗୁ କରି ଆମ ଜିଲ୍ଲାର ସମସ୍ତ ଧାର୍ମିକନୁଷ୍ଠାନ ମାନ ଖୋଲିବାକୁ ସରକାର ନିର୍ଦ୍ଦେଶ ପ୍ରଦାନ କରନ୍ତୁ । କାରଣ ଧାର୍ମିକନୁଷ୍ଠାନ ଗୁଡିକ ବିଭିନ୍ନ ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ୱାସ ରେ କେନ୍ଦ୍ର ହୋଇଥିବା ବେଳେ ଲକ୍ଷ ଲକ୍ଷ ପରିବାରର ପେଟପାଟଣାର ଏକ ଉତ୍ସ ମଧ୍ୟ । ବିଭିନ୍ନ ଧାର୍ମିକନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳି କୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ ଛୋଟ ବଡ଼ ବ୍ୟବସାୟୀ ଙ୍କ ସଙ୍ଗେ ସଙ୍ଗେ ଅଟୋ ଚାଳକ, ହୋଟେଲ ବ୍ୟବସାୟୀ, ଜଳଖିଆ ଦୋକାନୀ, କୁଟୀର ଶିଳ୍ପୀ, ଲୁଗା ଦୋକାନୀ ଙ୍କ ଭଳି ଅନେକଙ୍କ ପରିବାର ର ପେଟପାଟଣା ନିର୍ଭର କରିଥାଏ । ତତ୍ ସଙ୍ଗେ ସଙ୍ଗେ ସମସ୍ତ ଧାର୍ମିକନୁଷ୍ଠାନ ମାନଙ୍କରେ କିଭଳି କୋଭିଡ-୧୯ ସର୍ତ୍ତାବଳୀ ପାଳନ କରି ଶ୍ରଦ୍ଧାଳୁମାନେ ନିଜର ଧାର୍ମିକ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରି ପାରିବେ ସେଥିପାଇଁ ଆବଶ୍ୟକୀୟ ସରକାରୀ ବ୍ୟବସ୍ଥା କୁ ଯୋଗେଇ ଦିଅନ୍ତୁ ।

ଜିଲ୍ଲା ସଭାପତି ଗିରୀଶ ପଟେଲ ଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟଜ ନାଉରି ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଦାମୋଦର କର କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡାଇ, ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ କୁମାର ସାହୁ, ମୋହନ କୁମାର ଦାଶ, ଅନୁପ ମିଶ୍ର, ଦେବେନ୍ଦ୍ର ନାଏକ ପ୍ରଦୀପ କୁମାର ବେହେରା, ରୂପେଶ କୁଅଁର,  କିଶୋର ମେହେର, ଚନ୍ଦ୍ର ଶେଖର ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଅନିଲ ସୁନା, ସନ୍ତୋଷ ସାହୁ, କିଶୋର ମହାକୁଡ଼, ସୌମିତ୍ର ଜତି, ପ୍ରଭୁଦତ୍ତ ପଣ୍ଡା, ଦଶରଥ ମେହେର, ଚିରଣ କୁମାର ସାମଲ, ଆଶିଷ ପଟ୍ଟନାୟକ, ମାନସପଣ୍ଡା, ମାନସ ପୂଜାରୀ, ସନତ ବାବୁ, କୃଷ୍ଣ ଚନ୍ଦ୍ର ବେହେରା, ଦିବ୍ୟ କିଶୋର ଭୋଇ, ସୁରେଶ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories