www.samajalive.in
Monday, December 8, 2025
13.1 C
Bhubaneswar

ରୋଷେଇ ଘରେ ଥିବା ଏହି ଜିନିଷ ; ଦୂର କରେ ଅନେକ ସମସ୍ୟା

ରୋଷେଇ ଘରେ ଏପରି ବହୁ ଜିନିଷ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମାତ୍ର ସଭିଏଁ ହୁଏତ ତାହାର ଉପକାରୀ ଗୁଣ ବିଷୟରେ ଜାଣି ନଥାଆନ୍ତି। ଆଜି ସେଭଳି କିଛି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ବିଷୟରେ ଜାଣନ୍ତୁ, ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ବହୁ ରୋଗରୁ ମଧ୍ୟ ଦୂରେଇ ରଖେ। ନିୟମିତ ଏହି ଜିନିଷର ସେବନ କରିବା ଦ୍ୱାରା ଆପଣ ସୁସ୍ଥ ରହିବେ….
ଜିନିଷଟି ହେଉଛି ଜୁଆଁଣି –
ସଭିଁଙ୍କ ଘରେ ଏହା ନିଶ୍ଚୟ ଉପଲବ୍ଧ। ଏହାର ସେବନ ଦ୍ୱାରା ଆପଣ ବିଭିନ୍ନ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ବିଶେଷ କରି ଶୀତଦିନେ ଏହାର ସେବନ ଅଧିକ ଲାଭଦାୟକ।
ଜୁଆଁଣିର ସେବନ ପେଟ ପାଇଁ ଖୁବ ଉପକାରୀ। ଏହାର ପେଟ ଜନିତ ବହୁ ସମସ୍ୟାକୁ ଦୂର କରିଥାଏ। ପେଟ ଯନ୍ତ୍ରଣା, ପେଟ ଖରାପ ଥିଲେ, ଏସିଡିଟି,ଗ୍ୟାସଟିକ ଭଳି ଅନେକ ସମସ୍ୟାକୁ ଦୂର କରିଥାଏ।
ବତ୍ତର୍ମାନ ସମୟରେ ସଭିଏଁ ନିଜର ଓଜନ ହ୍ରାସ କରିବାକୁ ଇଚ୍ଛା କରିଥାଆନ୍ତି। ଓଜନ ହ୍ରାସ ପାଇଁ ଆପଣ ସକାଳେ ଓ ସନ୍ଧ୍ୟାରେ ଜୁଆଁଣି ସେବନ କରିପାରିବେ।
ଥଣ୍ଡା ଜନିତ ସମସ୍ୟା ଲାଗି ରହୁଥିଲେ, ଜୁଆଁଣିକୁ ବ୍ୟବହାର କରି କାଡା ପ୍ରସ୍ତୁତ କରି ପିଇପାରିବେ।
କାଶ ଜନିତ ସମସ୍ୟା ଦୂର ପାଇଁ ଜୁଆଁଣି ରସରେ , ସାମାନ୍ୟ ଘିଅ, ସାମାନ୍ୟ ମହୁ ମିଶାଇ ପିଇଲେ, ଖୁବ ଲାଭଦାୟକ ହୋଇଥାଏ।
ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ। ଏହାର ସେବନ ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହିଥାଏ।
ଦାନ୍ତ ମାଢିରେ ଯନ୍ତ୍ରଣା ହେଉଥିଲେ ଜୁଆଁଣି ଚୋବାଇ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କୁ ଖୁବ ଲାଭ ମିଳିବା ସହ ଏହି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories