www.samajalive.in
Monday, December 8, 2025
13.1 C
Bhubaneswar

ସହି ପାରିଲେନି ପିସିବିର ମାନସିକ ଯନ୍ତ୍ରଣା; ୨୮ ବର୍ଷ ବୟସରେ ଅବସର ନେଲେ ଆମିର

କରାଚି : ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଶ୍ରୀଲଙ୍କାରେ ଥିବା ଆମିର ପାକିସ୍ତାନୀ ୱେବସାଇଟ୍‌କୁ ଏକ ସାକ୍ଷାତକାର ଦେଇ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ମାତ୍ର ୨୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଆମିର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରିଛନ୍ତି।
୨୦୧୯ ଆଇସିସି ବିଶ୍ବକପ ପରେ ଆମିର ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଦିନିକିଆ ଓ ଟ୍ବେଣ୍ଟି୨୦ ଖେଳିବା ଜାରି ରଖିଥିଲେ। ଏବେ ଆମିର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ୨୦୦୯ରେ ମାତ୍ର ୧୭ ବର୍ଷ ବୟସରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ପଦାର୍ପଣ ସହ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ଆମିର ପରବର୍ତ୍ତୀ ସମୟରେ ଇଂଲଣ୍ଡରେ ସ୍ପଟ୍‌ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ। ସ୍ପଟ୍‌ ଫିକ୍ସିଂ ମାମଲାରେ ୨୦୧୦ ଅଗଷ୍ଟରୁ ୨୦୧୫ ମାର୍ଚ୍ଚ ପର୍ୟ୍ୟନ୍ତ ୫ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିଲେ। ବାସନ୍ଦାଦେଶ ଉଠିବା ପରେ ଆମିର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ। ଆମିର ୩୬ଟି ଟେଷ୍ଟ ମ୍ୟାଚ ଖେଳି ୧୧୯ଟି ୱିକେଟ ନେଇଛନ୍ତି। ୪ଥର ଗୋଟିଏ ଇନିଂସରେ ୫ ୱିକେଟ ନେବାରେ ସକ୍ଷମ ହୋଇଛନ୍ତି। ୨୦୧୯ ଜାନୁଆରୀରେ ଶେଷ ଟେଷ୍ଟ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେହିପରି ୬୧ଟି ଦିନିକିଆ ମ୍ୟାଚ ଖେଳି ୮୧ ଟି ୱିକେଟ ହାସଲ କରିଛନ୍ତି। ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ଭାରତ ବିପକ୍ଷରେ ଚମତ୍କାର ବୋଲିଂ କରି ପାକିସ୍ତାନକୁ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୨୦୧୯ ଅକ୍ଟୋବର ୨ରେ ଶେଷ ଦିନିକିଆ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେହିପରି ୪୯ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୫୯ଟି ୱିକେଟ ନେଇଛନ୍ତି। ୨୦୦୯ ଟ୍ବେଣ୍ଟି୨୦ ବିଶ୍ବକପ ଚମ୍ପିଆନ ପାକିସ୍ତାନ ଦଳର ସଦସ୍ୟ ଥିଲେ। ଆମିର କୁହନ୍ତି, ଜାତୀୟ କ୍ରିକେଟ ବୋର୍ଡ ବାରମ୍ବାର ମୋତେ ମାନସିକ ନିଯ୍ୟାତନା ଦେଇ ଆସୁଛି। ସ୍ପଟ୍‌ ଫିକ୍ସିଂ ମାମଲାରେ ଛନ୍ଦି ହେବା ପରେ କ୍ରିକେଟକୁ ଦୃଢତାର ସହିତ ଫେରିବା ନେଇ ବ୍ୟାକୁଳ ଥିଲି। ପୂର୍ବତନ ପିସିବି ମୁଖ୍ୟ ନଜମ୍‌ ସେଠି ଓ ପୂର୍ବତନ ଅଲ୍‌ରାଉଣ୍ଡର ସାହିଦ୍ ଆଫ୍ରିଦିଙ୍କ ସହଯୋଗ କରିଥିଲେ। ଉକ୍ତ ଦୁଇ ବ୍ୟକ୍ତିଙ୍କ ପାଇଁ ମୁଁ ସ୍ପଟ୍‌ ଫିକ୍ସିଂ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲି। ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ ଆଉ କିଛି ବର୍ଷ ଖେଳିବା ନେଇ ଲକ୍ଷ୍ୟ ରଖିଥିଲେ ମଧ୍ୟ ପିସିବି ପକ୍ଷରୁ ସହଯୋଗ ମିଳିନଥିଲା। ଫଳରେ ବାଧ୍ୟହୋଇ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବାକୁ ପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories