www.samajalive.in
Saturday, December 13, 2025
26.1 C
Bhubaneswar

ଏସୀୟ ରେକର୍ଡଠାରୁ ଗୋଟିଏ ବିଜୟ ଦୂରରେ କୋହଲି

ଆଡିଲେଡ୍‌ : ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ଗୋଟିଏ ଟେଷ୍ଟମ୍ୟାଚ୍‌ ଖେଳିବା ପରେ ଆସନ୍ନପ୍ରସବା ପତ୍ନୀଙ୍କ ସହ ସମୟ କାଟିବାକୁ ଭାରତ ଫେରିଆସିବେ ବିରାଟ କୋହଲି। ଏହି ଟେଷ୍ଟମ୍ୟାଚ୍‌ ଜିତିଲେ କୋହଲି ଏପରି ଏକ କୀର୍ତ୍ତିମାନ ହାସଲ କରିବେ; ଯାହା କୌଣସି ଏସୀୟ କ୍ରିକେଟ ଦଳର ଅଧିନାୟକଙ୍କ ଭାଗ୍ୟରେ ଜୁଟିନାହିଁ। ଅଷ୍ଟ୍ରେଲିଆରେ ଆଉ ଗୋଟିଏ ଟେଷ୍ଟ ଜିତିଲେ କୋହଲି ସଫଳତମ ଏସୀୟ ଅଧିନାୟକ ହେବେ। ୨୦୧୮-୧୯ରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨ଟି ଟେଷ୍ଟମ୍ୟାଚ୍ ଜିତିଥିଲା। ଭାରତର ପୂର୍ବତନ ଅଧିନାୟକ ବିଶେନ ସିଂହ ବେଦିଙ୍କ ନେତୃତ୍ବରେ ଅଷ୍ଟେଲିଆରେ ଭାରତ ୫ଟି ଟେଷ୍ଟମ୍ୟାଚ୍‌ ଖେଳି ୨ଟି (୧୯୭୭-୭୮ ସିରିଜ୍‌) ଜିତିଥିବା ବେଳେ ମୁସ୍ତାକ୍ ଅହମ୍ମଦଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆରେ ପାକିସ୍ତାନ ସମାନ ୨ଟି (୧୯୭୭ ସିଡ୍‌ନୀ ଏବଂ ୧୯୭୯ ମେଲ୍‌ବୋର୍ଣ୍ଣ) ଟେଷ୍ଟମ୍ୟାଚ୍‌ ଜିତିଛି। କୋହଲି ଅଷ୍ଟ୍ରେଲିଆରେ ୬ଟି ଟେଷ୍ଟରେ ଭାରତର ନେତୃତ୍ବ ନେଇ ୨ଟି ଟେଷ୍ଟରେ ଦଳକୁ ଜିତାଇଛନ୍ତି। ତେଣୁ ନିଜ ରେକର୍ଡ ସହ ବେଦି ଓ ମୁସ୍ତାକ୍‌ଙ୍କ ରେକର୍ଡକୁ ଭାଙ୍ଗିବା ପାଇଁ କୋହଲି ଆଉ ମାତ୍ର ଗୋଟିଏ ଟେଷ୍ଟ ବିଜୟ ଆବଶ୍ୟକ କରୁଛନ୍ତି। ଏଣେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଦ୍ବାରରେ ଅଛନ୍ତି କୋହଲି। ଅଷ୍ଟ୍ରେଲିଆରେ ସଚିନ ୨୦ଟି ଟେଷ୍ଟମ୍ୟାଚ୍‌ ଖେଳି ୫୩.୨ ଆଭ୍‌ରେଜ୍‌ରେ ୬ଟି ଶତକ ସହ ୧୮୦୯ ରନ୍ କରିଛନ୍ତି। ଅଷ୍ଟ୍ରେଲିଆରେ କୋହଲି ୧୨ଟି ଟେଷ୍ଟମ୍ୟାଚ୍‌ ଖେଳି ୫୫.୩୯ ଆଭ୍‌ରେଜ୍‌ରେ ୬ଟି ଶତକ ସହ ୧୨୭୪ ରନ୍ କରିଛନ୍ତି। ଆଡିଲେଡ୍‌ ଟେଷ୍ଟରେ ଶତକ ମାରିଲେ ସଚିନଙ୍କୁ ଅତିକ୍ରମ କରିବେ କୋହଲି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories