www.samajalive.in
Sunday, December 14, 2025
23.1 C
Bhubaneswar

ୱେସ୍କୋର ଘରୋଇକରଣକୁ ନେଇ ତେଜିଲା ବିରୋଧ

ଟିଟିଲାଗଡ଼ : ରାଜ୍ୟରେ ବିଦ୍ୟୁତ ସେବା ବ୍ୟାହତ ହୋଇ ଚାଲିଥିବା ବେଳେ ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତି ଏନେଇ ଦାୟୀ ବୋଲି ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ, ଇଞ୍ଜିନିୟର୍ସ ଏକତା ମଞ୍ଚ ବଲାଙ୍ଗିର ଶାଖା ଅଭିଯୋଗ କରିଛି। ବୁଧବାର ସ୍ଥାନୀୟ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ସଂଗଠନ ଅଭିଯୋଗ କରିଛି ଯେ ପୂର୍ବରୁ ଘରୋଇ କମ୍ପାନୀ ଆସିଲେ ବିଦ୍ୟୁତ ସେବା ଗାଁ ଗାଁରେ ପହଞ୍ଚି, ଲୋକେ ଉନ୍ନତମାନର ସେବା ପାଇବେ। ବିଜୁଳି କ୍ଷତି ଭରଣା ହେବ। କମ ଦେୟରେ ଗ୍ରାହକ ସେବା ପାଇବେ ଏଭଳି ଭୁଆଁ ବୁଲାଇଥିଲେ ସରକାର। ହେଲେ ଓଲଟି କ୍ଷତି ହେଉଥିବା ଦର୍ଶାଇ ଘରୋଇ କମ୍ପାନୀ ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ବିଦ୍ୟୁତ କରାଇଲେ। ହେଲେ ସେବାରେ ଉନ୍ନତ୍ତି କିଛି ହେଲା ନାହିଁ। ଏପରିକି କର୍ମଚାରୀଙ୍କ ୱେସ୍କୋ ପେନସନ ଟ୍ରଷ୍ଟର ୭୦୦ କୋଟି ଟଙ୍କା ଚଳୁ କଲେ। ନିଜ ଫାଇଦା ପାଇଁ ଏଭଳି କର୍ମଚାରୀ ଏବଂ ଗ୍ରାହକ ମାରଣ ନୀତି ଉଦ୍ଦେଶ୍ୟ ରଖୁଥିବା ଘରୋଇ କମ୍ପାନୀକୁ ସରକାର ପୁଣି ଥରେ ୱେସ୍କୋକୁ ଟେକିଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଗଠନ ଚେତାବନି ଦେଇଛନ୍ତି। ଆନ୍ଦୋଳନରେ ଏଚବିକେଏସ ଜୋନାଲ ସମ୍ପାଦକ ରଞ୍ଜିତ ଲେଙ୍କା, ଡିଭିଜନ ସମ୍ପାଦକ ସରୋଜ ସାହୁ, ହିରାଜିଟିଡି ଉପସଭାପତି ପିଭିଆର ରେଡ୍ଡୀ, ସଂଗଠନ ସମ୍ପାଦକ ଦେବାର୍ଚ୍ଚନ ସୁନା, ମନୋଜ ପଟ୍ଟନାୟକ, ଜୟନ୍ତ ମହନ୍ତ, ଗଣପତି ଭୋଇ, ମନୋଜ ପଟ୍ଟନାୟକ, ରମାକାନ୍ତ ପୁଟେଲ, ଓଏସଇସିଇଏର ଇଂ ଶିବାନି ରଥ, ଇଂ ଆଶିଷ ଜେନା, ଇଂ ଶୁନିଲ ସ୍ୱାଇଁ, ନିରୋଜ ମେହେର, ଅମ୍ଲାନ ନାୟକ, ପ୍ରକାଶ ଦାଶ, ଅଦୈତ ରାଜ, ଦୁର୍ଗା ମାଝୀ, ମାୟାଧର ମହାନନ୍ଦ, ପି ଶଙ୍କର ରାଓଙ୍କ ସମେତ ହିରାଜିଟିଡି ୱାର୍କସ ୟୁନିୟନ ବୁର୍ଲା, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ସମ୍ବଲପୁର, ଇଞ୍ଜିନିୟରିଂ ଏସୋସିଏସନ, ଓଡିଶା ଷ୍ଟେଟ ଇଲେକ୍ଟ୍ରିକାଲ, ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘ ଆଦି ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories