ଜୁଆଣିର ଉପକାରିତା
ଜୁଆଣିର ବହୁ ଉପକାରିତା ଗୁଣ ରହିଛି। ଏହା ଆମ ଶରୀର ପାଇଁ ଖୁବ ଲାଭଦାୟକ ଅଟେ।
ଏହାକୁ ନିୟମିତ ଖାଇବା ଦ୍ୱାରା ଆମର ବହୁ ରୋଗର ଉପଶମ ହୋଇଥାଏ।
ଏହାକୁ ଉଷୁମ ପାଣିରେ ପକାଇ କିଛି ସମୟ ଏହାକୁ ରଖି ପିଇଲେ ଥଣ୍ଡା,କାଶ ଭଲ ହୋଇଥାଏ।
ଜୁଆଣିକୁ ସେବନ କଲେ ଡ଼ାଇରିଆରୁ ଉପଶମ ମିଳେ।
ମାଇଗ୍ରେନ ରୋଗ ମଧ୍ୟ ଦୂର ହୋଇଥାଏ।
ଏହାକୁ ରାତିରେ ପାଣିରେ ଭିଜାଇ ସକାଳ ପିଇବା ଦ୍ୱାରା ଏସିଡ଼ିଟି,ପାଟିର ଦୁର୍ଗନ୍ଧ, ଦାନ୍ତ ପୋକ କାଟିବା ଆଦି ଭଲ ହୋଇଥାଏ।
ଏହାକୁ ପିଇବା ଦ୍ୱାରା ପେଟ କାଟିବା,ମୁଣ୍ଡ ବିନ୍ଧବା ଆଦି ଭଲ ହୋଇଥାଏ।
ଏହା ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ପିଇବା ଦ୍ୱାରା ମୁହଁରେ ଥିବା ବ୍ରଣର ଦାଗ ଓ ଅନ୍ୟାନ୍ୟ ଦାଗ ମଧ୍ୟ ଦୂର ହୋଇଥାଏ।