www.samajalive.in
Sunday, December 14, 2025
26.1 C
Bhubaneswar

ମମତା କହିଲେ ବିଜେପିଠାରୁ ଟଙ୍କା ନେଇଛନ୍ତି ଓୱେସୀ; ଏମିତି ଉତ୍ତର ରଖିଲେ ହାଇଦ୍ରାବାଦ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗଳରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିକୁ ଟକ୍କର ଦେବା ଲାଗି ବିଜେପିର ବରିଷ୍ଠ ନେତାମାନେ ଲଗାତାର ରାଜ୍ୟରେ ରାଲି କରୁଛନ୍ତି। ମମତା ବି ବିଜେପିକୁ ଟାର୍ଗେଟ କରିଛନ୍ତି।

ଏକ ନିର୍ବାଚନୀ ରାଲିରେ ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ଅସଉଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ୍‌କୁ ପଶ୍ଚିମବଙ୍ଗ ଆଣିବା ଲାଗି ବିଜେପି ପ୍ରୟାସ କରିଛି। ଏଥିପାଇଁ ବିଜେପି ଓୱେସୀଙ୍କୁ କିଣି ନେଇଛି।

- Advertisement -

ମମତାଙ୍କ ଏହି ଅଭିଯୋଗ ଉପରେ ଜବାବ ରଖିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓୱେସୀ। ସେ କହିଛନ୍ତି ​ଯେ, ଆଜି ଯାଏ କେହି ଜନ୍ମ ହୋଇନାହାନ୍ତି, ଯିଏ ଓୱେସୀକୁ ଟଙ୍କା ଦେଇ କିଣିପାରିବ। ଓୱେସୀ କହିଛନ୍ତି, ମମତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ବିଚଳିତ ହୋଇପଡ଼ିଛନ୍ତି। ସେ ନିଜ ଘର (ଦଳ) କଥା ଚିନ୍ତା କରିବା ଦରକାର। କାରଣ ତାଙ୍କର ଅନେକ ନେତା ବିଜେପିରେ ଯୋଗଦେଉଛନ୍ତି।

ଜଲପାଇଗୁଡ଼ିରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଥିଲେ, ମୁସଲମାନ ଭୋଟ୍ ବାଣ୍ଟିବା ପାଇଁ ବିଜେପି ହାଇଦ୍ରାବାଦର ଏକ ଦଳକୁ ଏଠାକୁ ଆଣିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ବିଜେପି ଏପରି କରି ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକତା କାର୍ଡ ଖେଳିବା ସହିତ ହିନ୍ଦୁ-ମୁସଲମାନ ଭୋଟ ବିଭାଜନ କରିବାକୁ ଚାହୁଁଛି। ବିଜେପିର ଯୋଜନା ହେଉଛି, ହିନ୍ଦୁ ଭୋଟ୍ ବିଜେପି କୋର୍ଟକୁ ଯିବ ଏବଂ ହାଇଦ୍ରାବାଦର ଏହି ଦଳକୁ ମୁସଲମାନ ଭୋଟ୍ ମିଳିବ। ନିକଟରେ ହୋଇଥିବା ବିହାର ନିର୍ବାଚନରେ ମଧ୍ୟ ବିଜେପି ଏପରି କରିଥିବା ମମତା କହିଛନ୍ତି। ଏହି ଦଳ ହେଉଛି ବିଜେପିର ବି-ଟିମ୍। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories