www.samajalive.in
Saturday, December 13, 2025
15.1 C
Bhubaneswar

୧୧୦ତମ ସର୍ବଭାରତୀୟ ଆପ୍ରେଣ୍ଟିସିପ୍‌ ପରୀକ୍ଷାଫଳ ପ୍ରକାଶିତ, ଶ୍ରେଷ୍ଠ ୧୦ରେ ଆଇଟିଆଇ ହୀରାକୁଦରୁ ୨ଜଣ

ହୀରାକୁଦ: ସର୍ବଭାରତୀୟ ଆପ୍ରେଣ୍ଟିସିପ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୋଉଥିରେ ଆଇଟିଆଇ ହୀରାକୁଦରୁ ଦୁଇ ଜଣ ଛାତ୍ର ଟପ ଟେନ ତାଲିକାରେ ସ୍ଥାନ ପାଇଛନ୍ତି। ସର୍ବଭାରତୀୟ ସ୍ତରରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ଅଧିକାର କରିବା ସହିତ ସମଗ୍ର ରାଜ୍ୟରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଇଟିଆଇ ହୀରାକୁଦକୁ ଗୌରବାନ୍ୱିତ କରିଥିବା ଏହି ଦୁଇ ଜଣ ଛାତ୍ରହେଲେ ଇଲେକ୍ଟ୍ରିସିଆନ ଟ୍ରେଡର ଦୀପକ କୁମାର ବେହେରା ଏବଂ ତ୍ରିଲୋକନାଥ ରାଉତ।

ହୀରାକୁଦର ମାଲିପଡାର ବାସିନ୍ଦା ଦୀପକ ୨୦୧୫ ମସିହାରେ ଆଇଟିଆଇରେ ନାମ ଲେଖାଇ ୨୦୧୭ରେ ପାସ ଆଉଟ ହେଇଥିଲେ। ଆଇଟିଆଇ ପାସ୍‍ କଲା ପରେ ନିକଟସ୍ଥ ହିଂଡାଲକୋରେ ଆପ୍ରେଣ୍ଟିସ୍‌ ତାଲିମ ନେଇଥିଲେ। ତାଲିମ ଗ୍ରହଣ ଶେଷ ହେଲା ପରେ ସର୍ବଭାରତୀୟ ଆପ୍ରେଣ୍ଟିସିପ୍‌ ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ ସଫଳତାର ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ସେହିଭଳି ତ୍ରିଲୋକନାଥ ମଧ୍ୟ ହୀରାକୁଦର ଏନଏସ କୋଲୋନୀରେ ରୁହନ୍ତି। ସେ ୨୦୧୭ରେ ଆଇଟିଆଇର ଇଲେକ୍ଟ୍ରିସିଆନ ଟ୍ରେଡରେ ନାମ ଲେଖାଇ ୨୦୧୯ ମସିହାରେ ପାସ କରିଥିଲେ। ପାସ୍‍ କଲାପରେ ଝାରସୁଗୁଡା ଜିଲାରେ ଅବସ୍ଥିତ ଟାଟା ରିଫ୍ରାକ୍ଟରିଜ ଲିମିଟେଡରେ ଆପ୍ରେଣ୍ଟିସ୍‌ ତାଲିମ ନେଇଥିଲେ। ଏହାପରେ ୧୧୦ ତମ ଆପ୍ରେଣ୍ଟିସିପ୍‌ ପରୀକ୍ଷାରେ ସଫଳତାର ସହ ପଞ୍ଚମ ସ୍ଥାନ ଅଧିକାର କଲେ।

- Advertisement -

ଉଲ୍ଲେଖ ଯୋଗ୍ୟ, ଏ ବର୍ଷ ଏହି ସର୍ବଭାରତୀୟ ଆପ୍ରେଣ୍ଟିସିପ୍‌ ପରୀକ୍ଷାରେ ସମଗ୍ର ଓଡିଶାରୁ ଛଅ ଜଣ ଟପ ଟେନରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛନ୍ତି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ସାରା ରାଜ୍ୟରେ କେବଳ ସରକାରୀ ଆଇଟିଆଇ ହୀରାକୁଦରୁ ଦୁଇଜଣ, କଟକ ଆଇଟିଆଇରୁ ଜଣେ. ସିଟିଟିସି ଭୁବନେଶ୍ୱରରୁ ଜଣେ, ସରକାରୀ ଆଇଟିଆଇ ରାଉରକେଲାରୁ ଜଣେ ଏବଂ ବାଲେଶ୍ୱରର ଏକ ବେସରକାରୀ ଅନୁଷ୍ଠାନରୁ ଜଣେ ଶ୍ରେଷ୍ଠ ଦଶ ଜଣରେ ସ୍ଥାନ ଅକ୍ତିଆର କରିଛନ୍ତି।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories