www.samajalive.in
Wednesday, December 10, 2025
26.1 C
Bhubaneswar

ଯୁବକକୁ ଛୁରା ମାଡକରି ଦୁର୍ବୃତ୍ତ ଫେରାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ଥିବା ଦୈନଦିନ ବଜାରରେ ଜଣେ ଯୁବକ ରାସ୍ତା କଡରେ ପନି ପରିବା ବିକ୍ରୟ କରୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ପରିବା ବିକ୍ରୟ କରୁଥିବା ଯୁବକ ଜଣଙ୍କ ବେହେରା ପଡାର ଜଗବନ୍ଧୁ ବେହେରା ବୋଲି ଜଣାପଡ଼ିଛି।  ଖବର ପାଇ ଘଟଣାସ୍ଥଳରେ ଥିବା କିଛି ଯୁବକ ଓ ପରିବାର ବର୍ଗ ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ଆଣି ଜଗବନ୍ଧୁଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ। କାର୍ଯ୍ୟରତ ଡାକ୍ତରଙ୍କର ସୂଚନା ଅନୁଯାୟୀ ତଳି ପେଟରେ ଗଭୀର ଆଘାତ ଥିବାରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସବୁଦିନ ଭଳି ଆଜି ସଂଧ୍ୟାରେ ପନିପରିବା ବିକ୍ରୟ କରୁଥିଲେ ଜଗବନ୍ଧୁ। ମୁଣ୍ଡରେ ଟୋପି ମୁହଁରେ ମାସ୍କ ଲଗାଇଥିବା ଅଜଣା ଦୁର୍ବୃତ ହଠାତ୍‍ ଓହ୍ଲାଇ ଜଗବନ୍ଧୁଙ୍କୁ ଛୁରାମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।  ଖବର ପାଇ ସ୍ଥାନୀୟ ପୁଲିସ ଛାନ୍‍ ଭିନ୍ନ ଆରମ୍ଭ କରିଦେଇଥିବା ବେଳେ, ବଙ୍ଗୋମୁଣ୍ଡା ତୁରେକେଲା ବେଲପଡା ଓ ମୂରିବାହାଲ ଥାନକୁ ଖବର ଦେବାସହ ସବୁ ରାସ୍ତାରେ ବାଇକ ଆରେହୀଙ୍କୁ ଯାଞ୍ଚ ଚାଲିଥିବା ପୁଲିସ ସୂତ୍ରରୁ ଜଣା ପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories