www.samajalive.in
Tuesday, December 9, 2025
15.1 C
Bhubaneswar

‘ପରୀ’କୁ ନ୍ୟାୟ ପାଇଁ ଆଜିଠୁ ବିଜେପିର ପଦଯାତ୍ରା

ସମ୍ବଲପୁର: ନୟାଗଡ଼ର ‘ପରୀ’ ମୃତ୍ୟୁ ମାମଲାରେ ପରୀ ଏବଂ ତା’ର ପରିବାରକୁ ନ୍ୟାୟ ଦେବା ପାଇଁ ବିଜେପି ଆଜିଠାରୁ ପଦଯାତ୍ରା ଆରମ୍ଭ କରିଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ପଦଯାତ୍ରା ଜାରି ରହିବ। ପରୀକୁ ନ୍ୟାୟ ଦେବା ଲାଗି କର୍ମୀମାନେ ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ପଦଯାତ୍ରାରେ ସାମାଜିକ କର୍ମୀ, ଛାତ୍ର, ବୁଦ୍ଧିଜୀବୀ ସାମିଲ ହେବାକୁ ମହାନ୍ତି ଆହ୍ବାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କୁ ଯେତେ ଯାହା କହିଲେ ବି ଶୁଣୁ ନାହାନ୍ତି। ରାଜ୍ୟର ୫୩୩୨ ନିଖୋଜ ଶିଶୁଙ୍କ କଥା କହିବାରୁ ସରକାର ବିଧାନସଭା ଅଧାରୁ ବନ୍ଦ କରିଦେଲେ। ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ନେତା, ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି। ଏହାର ପ୍ରତିବାଦରେ ଏହି ପଦଯାତ୍ରା କରାଯାଉଛି ବୋଲି ମହାନ୍ତି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆସନ୍ତା ତାରିଖରେ ବିଜେପି ପକ୍ଷରୁ ବରଗଡ଼ରେ ଚାଷୀ ସମାବେଶ ହେବ ବୋଲି ମହାନ୍ତି ଏହି ଅବସରରେ ସୂଚନା ଦେଇଛନ୍ତି।

- Advertisement -

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରି ନାୟକ, ଜିଲା ସଭାପତି ଗିରିଶ ପଟେଲ, ଜିଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ, ଜିଲା ପରିଷଦ ସଦସ୍ୟ ରାଧେଶ୍ୟାମ ବାରିକ, ପୂର୍ବତନ ବିଧାୟକ ରବି ନାୟକ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories