www.samajalive.in
Friday, December 12, 2025
27.1 C
Bhubaneswar

ଟ୍ବିଟରରେ କୋହଲି, ଗୀତା ସବୁଠାରୁ ଚର୍ଚ୍ଚିତ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ନାମୀ ମହିଳା ପହିଲମାନ ଗୀତା ଫୋଗତ୍‌ ୨୦୨୦ରେ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ସବୁଠାରୁ ଚର୍ଚ୍ଚିତ ପୁରୁଷ ଓ ମହିଳା ଭାରତୀୟ କ୍ରୀଡ଼ାବିତ୍‌ ହୋଇ ପାରିଛନ୍ତି। ବିରାଟ କୋହଲି ଟ୍ବିଟରରେ ଦେଶର ସବୁଠାରୁ ଚର୍ଚ୍ଚିତ ଭାରତୀୟ କ୍ରୀଡ଼ାବିତ୍‌ର ମାନ୍ୟତା ପାଇଛନ୍ତି।
୩ଟିଯାକ ଫର୍ମାଟରେ ବିଶ୍ବ କ୍ରିକେଟ୍‌ରେ ଅନ୍ୟତମ ଶ୍ରେଷ୍ଠ ରନ୍‌ ସ୍କୋରର ବିରାଟ କୋହଲି ଏହାସହ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଟ୍ବିଟରରେ ସର୍ବାଧିକ ପ୍ରଶଂସକ ଜୁଟାଇବାରେ ମଧ୍ୟ ସଫଳ ହୋଇଛନ୍ତି। ମହାମାରୀ କରୋନା ଯୋଗୁଁ ୨୦୨୦ରେ ବହୁତ କମ୍ କ୍ରିକେଟ୍‌ ଖେଳା ଯାଇଥିଲେ ହେଁ କ୍ରିକେଟର ଭାବେ କୋହଲିଙ୍କ ଲୋକପ୍ରିୟତା କମ୍ ହୋଇନାହିଁ।

ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ବିରାଟ ଓ ତାଙ୍କ ପ୍ରଶଂସକ ଘରେ ଆବଦ୍ଧ ରହିଥିଲେ ଟ୍ବିଟରରେ ନିୟମିତ ପୋଷ୍ଟକରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇଥିଲେ କୋହଲି। ପରେ ୟୁଏଇରେ ଆଇପିଏଲ୍‌ ଆୟୋଜନ ହେବା ପରେ କୋହଲି ମ୍ୟାଚ୍‌ ଖେଳିବା ସହ ପ୍ରଶଂସକଙ୍କ ସହ ଅଧିକ ନିକଟତର ହୋଇଥିଲେ। ଏହିପରି କୋହଲି ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଟ୍ବିଟରରେ ସର୍ବାଧିକ ଚର୍ଚ୍ଚିତ ବ୍ୟକ୍ତି ହୋଇ ପାରିଛନ୍ତି। ଟ୍ବିଟର ଇଣ୍ଡିଆ କୋହଲିଙ୍କୁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ଘୋଷଣା କରିଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କରୋନା ମହାମାରୀ ସମୟରେ ରୋହିତ ଟ୍ବିଟରରେ ନିୟମିତ ପୋଷ୍ଟକରି ପ୍ରଶଂସକଙ୍କ ସହ ନିଜକୁ ଯୋଡ଼ି ରଖିଥିଲେ। ପୁଣି ଧୋନି ଦେଶର ସ୍ବାଧୀନତା ଦିବସରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣାକରି ଟ୍ବିଟରରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୩ୟ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ହୋଇଥିଲେ।

- Advertisement -

ଲକ୍‌ଡାଉନ୍‌ ସମୟରେ ତାଙ୍କ ପ୍ରଶଂସକ ଆନ୍ତର୍ଜାତିକ କ୍ରିକେଟ୍‌ରେ ଧୋନିଙ୍କ ଭବିଷ୍ୟତ ସମ୍ପର୍କରେ ଚର୍ଚ୍ଚା କରି ଚାଲିଥିଲେ। ଭାରତୀୟ ମହିଳା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଗୀତା ଫୋଗତ୍ ଟ୍ବିଟରରେ ସବୁଠାରୁ ଚର୍ଚ୍ଚିତ ଥିଲେ। ତାଙ୍କ ପଛକୁ ଅଛନ୍ତି ଦୁଇ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହୱାଲ। ବିଭିନ୍ନ କ୍ରୀଡ଼ା ମଧ୍ୟରେ ଟ୍ବିଟରରେ ସବୁଠାରୁ ଚର୍ଚ୍ଚିତ ୪ଟି କ୍ରୀଡ଼ା ଥିଲେ କ୍ରିକେଟ୍‌, ଫୁଟ୍‌ବଲ, ବାସ୍କେଟ୍‌ବଲ ଓ ଫର୍ମୁଲା ୱାନ୍ କାର୍ ରେସିଂ। ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଇଥିବା ପତ୍ର ଏବଂ ଧୋନିଙ୍କ ଜବାବ​ ଟ୍ବିଟରରେ ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା। ତେବେ ସାରାବିଶ୍ବରେ କ୍ରୀଡ଼ାବିତ୍‌ଙ୍କ ମଧ୍ୟ​‌େ​‌ର ସବୁଠାର ଚର୍ଚ୍ଚିତ ଥିଲେ ପର୍ତ୍ତୁଗାଲ୍‌ର ଫୁଟ୍‌ବଲ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ। ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍‌ସମ୍ୟାନ୍ ଏବି ଡି’ଭିଲିଅର୍ସ। ଟ୍ବିଟରରେ ସବୁଠାରୁ ଚର୍ଚ୍ଚିତ ଦଳମାନଙ୍କ ମଧ୍ୟରେ ଅଛନ୍ତି ଇଂଲଣ୍ଡର ଫୁଟ୍‌ବଲ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡ୍‌, ସ୍ପେନ୍‌ର ବାର୍ସେଲୋନା ଓ ଇଂଲଣ୍ଡର ଆର୍ସେନେଲ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories