www.samajalive.in
Sunday, December 14, 2025
26.1 C
Bhubaneswar

ଆଇଓସିଏଲ ପକ୍ଷରୁ ପାରାଦୀପ-ହାଇଦ୍ରାବାଦ ପାଇପ୍ ଲାଇନ କାର୍ଯ୍ୟକୁ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ

ଏରସମା:ଢିଙ୍କିଆ ପଞ୍ଚାୟତ ଗ୍ରାମବାସୀ ପାରାଦୀପ-ହାଇଦ୍ରାବାଦ ପାଇପ୍ ଲାଇନ କାର୍ଯ୍ୟକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଢିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ, ଗୋବିନ୍ଦପୁର, ତ୍ରୀଲୋଚନପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ପ୍ରଥମେ ଢିଙ୍କିଆ ଫୁଲଖାଇ ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମାହାଳ ଗୋଚର ଜମି ଦେଇ ବିଛା ଯାଉଥିବା ପାଇପଲାଇନ ଠାରେ ପହଞ୍ଚି ଥିଲେ। ଗ୍ରାମବାସୀ ମାନଙ୍କ ଅଭିଯୋଗ ମୁତାବକ କମ୍ପାନୀ ପକ୍ଷରୁ ଯେଉଁ ବାଟ ଦେଇ ପାଇପ୍ ଲାଇନ ଯାଉଛି ତାହା ସମ୍ପୂର୍ଣ୍ଣ ଭାବରେ ଗୋଚର ଜମି।
ପୂର୍ବରୁ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ନିଜର ଚାଷ ଜମି ଠାରୁ ଆରମ୍ଭ କରି ଭିଟାମାଟି ହରାଇ ଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନାହିଁ। ଅପରପକ୍ଷରେ ଯେଉଁ ଗୋଚର ଜମିରେ ଗାଈଗୋରୁମାନଙ୍କ ପାଇଁ ଚଳିବା ପାଇଁ ରହିଛି ସେ ଜମି କୁ ବିନା ଅନୁମତିରେ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା ନ କରାଯାଇ ବେଆଇନ୍ ଭାବେ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ଏହାକୁ ନେଇ କମ୍ପାନୀ, ପ୍ରଶାସନ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଆଜି ସମସ୍ତ ଗ୍ରାମବାସୀ ଢ଼ିଙ୍କିଆ ଗ୍ରାମ ନିକଟରେ ଥିବା ଗୋଚର ଜମିରେ କାର୍ଯ୍ୟ ହେଉଥିବା ପାଇପ୍ ଲାଇନକୁ ବନ୍ଦ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କ କହିବାନୁଯାୟୀ ଗୋଚର ଜମିରେ ପଡିଥିବା ପାଇପ ଗୁଡିକୁ ପ୍ରଥମେ ଉଠାଯାଉ, ନଚେତ ଗ୍ରାମବାସୀମାନେ ପାଇପଗୁଡିକୁ ଉଠାଇ ଆଇନକୁ ହାତକୁ ନବା ପାଇଁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେବେ ଘଟଣା ସ୍ଥଳରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଧାରଣା କାରୀଙ୍କ ସହିତ ବୁଝାସୁଝା କରିଥିବା ବେଳେ ଗ୍ରାମବାସୀ ମାନେ ତାଙ୍କ ଜିଦ୍ ରେ ଅଟଳ ଥିବା ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories