www.samajalive.in
Monday, December 8, 2025
13.1 C
Bhubaneswar

ଦଣ୍ଡାସିସାହି ପାଲଟିଛି ନର୍କକୁଣ୍ଡ, ପୌରପ୍ରଶାସନ ଚେଇଁ ଶୋଇଛି

ନବରଙ୍ଗପୁର: ନବରଙ୍ଗପୁର ସହରର ଦଣ୍ଡାସିସାହି ପାଲଟିଛି ନର୍କକୁଣ୍ଡ। ଏସଂପର୍କରେ ପୌରପ୍ରଶାସନ ଜାଣିଥିଲେ ମଧ୍ୟ ଚେଇଁ ଶୋଇବା ଆଶ୍ଚର୍ଯ୍ୟ କରିଛି। ସହରର ମଧ୍ୟସ୍ଥଳରେ ରହିଛି ଏହି ସାହି। ଏଠାରେ ଶତାଧିକ ଅନୁସୂଚୀତ ଜାତିର ଲୋକ ବସବାସ କରୁଛନ୍ତି। ତେବେ ଏଠାରେ ସାହିର ରାସ୍ତାର ଅବସ୍ଥା ଯେକେହି ବି ନ ଦେଖିଲେ ବିଶ୍ୱାସ କରିବେନି। ଏଠାରେ ନାଳ ଓ ରାସ୍ତା ମିଶି ଯାଇଥିବାବେଳେ ଦୁର୍ଗନ୍ଧମୟ ନାଳ ପାଣି ରାସ୍ତା ମଝିରେ ଜମି ରହିଛି। ସାହି ରାସ୍ତାର ଉଭୟ କଡରେ ମାଟି ଗଦା ରହିଥିବା ବେଳେ ଗୋବର ଓ ଘୁସୁରୀ ମଳ ଭର୍ତ୍ତି ହୋଇଛି। ଏହା ସହିତ ମାଳମାଳ ଘୁସୁରୀ ରାସ୍ତା ମଝି ପଚାପାଣିରେ ଶୋଇରହୁଛନ୍ତି। ଘୁସୁରୀ ମଳରେ ସାହିର ନର୍ଦ୍ଦମା ପାଣି ଭାସୁଥିବା ବେଳେ ଏଥିପ୍ରତି କାହାର ନିଘା ନାହିଁ। ସାହିରାସ୍ତା ଫାଟି ଯାଇ ଖାଲଖମାର ଭର୍ତ୍ତି ଠାଏଠାଏ ପାଣି ଜମି ରହିଥିବାବେଳେ ଏହି ନର୍ଦ୍ଦମା ପାଣିରେ ସାହି ପିଲାମାନେ ଖେଳୁଥିବା ଲକ୍ଷ୍ୟ କରାଯାଉଛି। ଏଠାରେ ମଶାମାଛି ଭଣଭଣ ହେଉଥିଲେ ହେଁ ଏହାର ପ୍ରତିକାର ହୋଇପାରୁନି। ସହରୀ ମଣିଷମାନେ ଏ ଭଳି ପୁତ୍ତଗନ୍ଧମୟ ପରିବେଶରେ କାଳତିପାତ କରୁଥିଲେ ହେଁ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ।

ସାହି ମଝିରେ ଥିବା ପାଇପ୍‍ ପାଣିରେ ନିୟମିତ ଭାବେ ବାସନ ମଜା, ଗାଧୁଆ ଯୋଗୁଁ ପାଣି ସବୁ ରାସ୍ତା ମଝିରେ ଜମା ହୋଇରହୁଛି। ନାଳପୋତି ହୋଇଯାଇଛି। ନାଳର ଦୁର୍ଗନ୍ଧପାଣି ବୋହି ଚାଲିଛି। ଏହି ପାଣି ଦେଇ ଲୋକମାନେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ସାହିର ଅଳିଆ ନାଳ ଉପରେ ପକାଯାଇଥିବାବେଳେ ରାସ୍ତା କଡରେ ଗାଇଗୋରୁଙ୍କର ଗୋବର, କୁକୁର ଓ ଘୁସୁରି ମଳ ପଡି ଅତ୍ୟନ୍ତ ଦୁର୍ଗନ୍ଧମୟ ହୋଇ ପଡିଛି। ପଚା ଶଢା ଜିନିଷ ମଧ୍ୟ ରାସ୍ତା ରେ ପହି ରହୁଥିବାରୁ ଏହା ପାଣିରେ ପଚି ଯାଇ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ଏହି ସାହିରେ ଏଭଳି ଅବସ୍ଥା ଦୀର୍ଘଦିନ ଧରି ରହିଥିଲେ ହେଁ ପୈାରପାଳିକାର କିଭଳି ଦୃଷ୍ଟି ପଡୁନି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏବେ ଜିଲାପାଳ ନିଜେ ପୈାରପ୍ରଶାସକ ରହିଥିବାବେଳେ ଲୋକମାନେ ପରିମଳ ର ସୁଧାର ଆଶା ରଖିଥିଲେ ହେଁ ତାହା ହୋଇ ପାରୁନଥିବା ଅଭିଯୋଗ ହେଉଛି। ସାହି ବାସିନ୍ଦାମାନେ ବାରମ୍ବାର ପୈାରପ୍ରଶାସନକୁ ଜଣାଇଥିଲେ ମଧ୍ୟ କୈାଣସି ନାଳ ଓ ରାସ୍ତା ମରାମତି କରାଯାଉଥିବାବେଳେ କେବେ ମଧ୍ୟ ବ୍ଲିଚିଂ ପାଉଡର ପକାଯାଉନଥିବା କୁହାଯାଉଛି। ପୈାର ପ୍ରଶାସନ ପକ୍ଷରୁ ଅନାବଶ୍ୟକ ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସାହିକୁ ଅଣଦେଖାକରିବା ବାସ୍ତବରେ ଅତ୍ୟନ୍ତ ପରିତାପର ବିଷୟ ହୋଇଛି।ଏହି ସାହିରେ ଅତ୍ୟନ୍ତ ଗରୀବ ଓ କୁଲି ମଜୁରୀ ଶ୍ରେଣୀରଲୋକ ମାନେ ରହୁଥିବାବେଳେ ସେମାନେ ମୁହଁ ଖୋଲି ପାରୁନାହାନ୍ତି। ଫଳରେ ପୈାରପ୍ରଶାସନ ହତାଦର କରୁଥିବା ଅଭିଯୋଗ ହୋଇଛି। ଗରୀବ ପାଇଁ ଏହି ସରକାର ନଥିବା କେତେକ ସାହି ବାସିନ୍ଦା ପ୍ରକାଶ କରିଛନ୍ତି।

- Advertisement -

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories