www.samajalive.in
Saturday, December 13, 2025
26.1 C
Bhubaneswar

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସରେ ଜନସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଅନନ୍ତପୁର ପଞ୍ଚାୟତ ବ୍ରହ୍ମପୁର ଓ ନୂଆଶାସନ ଠାରେ ଶନିବାର ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ସଂଯୋଜନା କରି ବିଶ୍ୱରେ ଅନେକ ଲୋକ ସର୍ବନିମ୍ନ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଡିସେମ୍ବର ୧୨ତାରିଖକୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ରୂପେ ପାଳନ କରାଯାଉଥିବା ପ୍ରକାଶ କରିଥିଲେ। ଭିତ୍ତିଭୂମି ଓ ସଚେତନତା ଅଭାବରୁ ଅନେକ ଲୋକ ସ୍ୱାସ୍ଥ୍ୟର ଯତ୍ନ ନେଇପାରନ୍ତି ନାହିଁ ଅଥବା ସେମାନଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରେ ନାହିଁ। ତେଣୁ ସ୍ୱାସ୍ଥ୍ୟସେବାକୁ ସରକାରୀସ୍ତରରେ ପ୍ରତ୍ୟେକ ଲୋକଙ୍କ ଦ୍ୱାର ଦେଶରେ ପହଞ୍ଚାଇବା ଓ ସମସ୍ତଙ୍କ ପାଇଁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସରେ ‘ପ୍ରତିଷେଧକ, ପ୍ରତିବଦ୍ଧତା ଏବଂ ପ୍ରତିକାରାତ୍ମକ ପ୍ରାଥମିକ ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ , ସବୁ ସମୟରେ, ସବୁଠାରେ ଓ ସଜହରେ ଉପଲବ୍ଧ କରାଇବା’ ବାର୍ତ୍ତା ରଖିଛନ୍ତି। ଗ୍ରାମସ୍ତରରେ ଗାଁ କଲ୍ୟାଣ ସମିତି ସାହାଯ୍ୟରେ ପ୍ରତି ଗ୍ରାମରେ ନାଗରିକ ସ୍ୱାସ୍ଥ୍ୟସେବା ଅଧିକାର ସୂଚନା ଫଳକମାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସଚେତନତା ପାଇଁ ଲଗାଯାଇଛି। ଏହି ଦିବସରେ ବ୍ରହ୍ମପୁର ସିଏଚସିର ବ୍ଲକ ଯୋଜନା ସଂଯୋଜିକା ପୁଷ୍ପମିତ୍ରା ଦାସ, ସ୍ୱାସ୍ଥ୍ୟ ପରିଦର୍ଶିକା ଚିଲିକା ସ୍ୱାଇଁ, ସ୍ୱାସ୍ଥ୍ୟକର୍ମୀ, ଚିନ୍ମୟୀ ପରିଜା, ଦାମନ ଲୋକନାଥଙ୍କ ସମେତ ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ୨ଟି ଯାକ ଗ୍ରାମ ପରିକ୍ରମା କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories