www.samajalive.in
Saturday, December 13, 2025
26.1 C
Bhubaneswar

ଦିବ୍ୟାଙ୍ଗ ମୁରଲିଧରଙ୍କ ଅଭିନବ ପ୍ରୟାସ, ଜୀବିକା ପାଇଁ ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ

ବାଙ୍କୀ: ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ସରକାରୀ ସ୍ତରରେ ବହୁ କାର୍ୟ୍ୟକ୍ରମ ପରିଚାଳନା ହେଉଛି। କାହାର ସହଯୋଗ ଓ ସହଭାଗୀତା ମିଳିଲେ ଦିବ୍ୟାଙ୍ଗ ମାନେ ମୁଖ୍ୟ ଶ୍ରୋତରେ ସାମିଲ ହେଉଥିବାର ଦୃଷ୍ଟାନ୍ତ ମୂଳକ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକ ଅଧିନ ଜଗନ୍ନାଥପୁର ପଞ୍ଚାୟତ ଅଧିନ ପୁରୁଣାପାଣି ଗ୍ରାମର ୨୮ବର୍ଷ ବୟସ୍କ ଯୁବକ ମୁରଲିଧର ନାଏକ ଅନୁସୂଚୀତ ଜନଜାତି ବର୍ଗର ମୋହନ ନାୟକଙ୍କର ପୁଅ। ୫ବର୍ଷର ହୋଇଥିଲା ବେଳେ ପାରାଲେସିସ୍‍ ରୋଗରେ ପିଡୀତ ହୋଇ ୨ଗୋଡ ଭିନ୍ନକ୍ଷମ ହେଲେ। ଆର୍ଥିକ ଅନଟନ ହେତୁ ଚିକିତ୍ସାରେ ବାଧକ ସାଜିଲା। ପିଲାଦିନରୁ ସର୍ବକ୍ଷମ ହୋଇ ଅକାଳରେ ହେଲେ ଭିନ୍ନକ୍ଷମ। ୯ମରୁ ପାଠପଢାରେ ଡୋରିବାନ୍ଧି ଘରେ ରହିଥିଲେ। ବୟସ ବଢିଲା ପରିବାରର ଆର୍ଥିକ ସଙ୍କଟ ସାଥିରେ ନିଜେ ରୋଜଗାରକ୍ଷମ ହେବାରେ ସନ୍ତୁଳି ହେଉଥିଲେ। ବର୍ତ୍ତମାନ ଭିନ୍ନକ୍ଷମ ଭତ୍ତା ଭାବରେ ୭୦୦ଟଙ୍କା ସରକାରୀ ସହଯୋଗ ମିଳୁଛି। ୨୦୧୯ମସିହା ନଭେମ୍ବର ୨୪ତାରିଖରେ ଦୈନିକ ଖବରକାଗଜ ସମାଜ ପୃଷ୍ଠଆରେ ରୋଜଗାର ପାଇଁ ସାହା ଖୋଜୁଛନ୍ତି ଭିନ୍ନକ୍ଷମ ମୁରଲିଧର ଶିରୋନାମାରେ ଖବରଟିଏ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇଲାପରେ ଭିନ୍ନକ୍ଷମ ମୁରଲିଧରଙ୍କୁ ସକ୍ଷମ ପାଇଁ ସରକାରୀ ସହଯୋଗ ମିଳିବ ବୋଲି ଆଶା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସହାୟତା ପାଇନାହାଁନ୍ତି ମୁରଲିଧର ବୋଲି କହିଛନ୍ତି। ତଥାପି ଧର୍ଯ୍ୟ ନ ହରାଇ ସାହସର ସହିତ ନିଜପାଇଁ ଗୋଟିଏ ୩ଚକିଆ ଲୁନା ଗାଡିର ବ୍ୟବସ୍ଥା କରି ରୋଜଗାରର ପନ୍ଥା ସାଉଣ୍ଟୁଥିବା ମୁରଲିଧର ନିକଟରେ ଏକ ଅଭିନବ ପ୍ରୟାସ ଆରମ୍ଭ କରି ସଫଳତା ପାଇଛନ୍ତି।

ପ୍ଲାଷ୍ଟିକ ବକ୍ସରେ କମ୍‍ ଖର୍ଚ୍ଚରେ ଗୋଟିଏ ବୈଦ୍ୟୁତିକ କୁକୁଡା ଚିଆଁ ଉତ୍ପାଦନ କିଟ୍‍ ପ୍ରସ୍ତୁତ କରିଛନ୍ତି। ବଜାରରୁ ଫାଇବର ପ୍ଲାଷ୍ଟିକ ସାମଗ୍ରୀ କିଣି ବାକ୍ସ ତିଆରି କରିବା ସହିତ ଆବଶ୍ୟକ ଉସ୍ମତା ପାଇଁ ବୈଦ୍ୟୁତିକ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା ମୂଳକ ଭାବରେ ସେହି ବକ୍ସ ଭିତରେ କିଛି କୁକୁଡା ଅଣ୍ଡା ରଖି ବିଦ୍ୟୁତ ଚାର୍ଜ କରିବା ପରେ ୨୧ଦିନରେ ଗତ ଗୁରୁବାର ଦିନ ୧ମ କୁକୁଡା ଚିଆଁ ଉତ୍ପାଦିତ ହୋଇପାରିଥିବାରୁ ଖୁସି ପ୍ରକଟ କରିଛନ୍ତି ଏବଂ ପୁନଶ୍ଚ ଆଉ ୬୦ଟି ଅଣ୍ଡା କୁକୁଡା ଚିଆଁ ଉତ୍ପାଦନ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି।

- Advertisement -

ସୂଚନା ଯୋଗ୍ୟ ଯେ, ଦିବ୍ୟାଙ୍ଗ ମୁରଲିଧରଙ୍କୁ କିଛି ସରକାରୀ ଆର୍ଥିକ ସହାୟତା କିମ୍ବା ସସ୍ଥାନୀୟ ବ୍ୟାଙ୍କରୁ ଋଣ ବ୍ୟବସ୍ଥା କରାଇଲେ ଗ୍ରାମାଞ୍ଚଳରେ ଆଧୁନିକ ପ୍ରଣାଳୀରେ କୁକୁଡା ଚିଆଁ ଉତ୍ପାଦନ କରି ବିକ୍ରି ଲାଭବାନ ହେବା ସହିତ ନିଜେ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରିବେ ବୋଲି ପ୍ରକାଶ କରିଛନ୍ତି। ମୁରଲିଧରଙ୍କର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରି ସରକାରୀ ପ୍ରୋତ୍ସାହନ ପାଇଁ ଅନୁରୋଧ କରିଛନ୍ତି। ଛୋଟ ମୋଟର ଗ୍ୟାରେଜରେ କଳାପଥରରେ କାମ ଆରମ୍ଭ କରିଥିବା ମୁରଲିଧର ଆଧୁନିକ ପ୍ରଣାଳୀରେ ନିଜସ୍ୱ ଜ୍ଞାନ କୌଶଳରେ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ରୋଜଗାରକ୍ଷମ ହେବା ପାଇଁ ପ୍ରୟାସ ଜାରିରଖିଥିବା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories