www.samajalive.in
Thursday, December 11, 2025
16.1 C
Bhubaneswar

କାମରେ ଆସୁନି ଡଙ୍ଗରିଆ ବଜାର-ଜନଜାତିଙ୍କ ସ୍ବାବଲମ୍ବୀ ନେଇ ପ୍ରଶ୍ନ

ରାୟଗଡ଼ା: ରାୟଗଡା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆ ସମ୍ପ୍ରଦାୟ ସ୍ବାବଲମ୍ବୀ ହେବେ। ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ମିଳିବ। ଏପରି ମହତ ଉଦ୍ଦେଶ୍ୟ ନେଇ ରାୟଗଡା ଜିଲାରେ ଆରମ୍ଭ ହୋଇଥିଲା ଜନଜାତି ବଜାର। କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ଓ ବିଷମକଟକ ବ୍ଲକର ଚାଟିକୋଣା ଶିବ ମନ୍ଦିର ନିକଟରେ ଏହି ବଜାର ନିର୍ମାଣ ହୋଇଥିଲା । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୨୦୧୫-୧୬ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାର୍ସାଲି ପଞ୍ଚାୟତରେ ବଜାରଟି ନିର୍ମାଣ ହୋଇଥିଲା। ଫଳରେ ନିୟମଗିରି ପାହାଡ଼ ମୂଲକରେ ଉତ୍ପାଦିତ ହେଉଥିବା ଆମ୍ବ, ସପୁରୀ, ପଣସ, ହଳଦି ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ବଜାରରେ ବିକ୍ରିବଟା ହେଉଥିଲା। ବାହାର ବ୍ଲକର ବେପାରୀ ଏହି ବଜାରକୁ ଆସି ସାମଗ୍ରୀ କିଣୁଥିଲେ ଆଉ ଡଙ୍ଗରିଆ ସମ୍ପ୍ରଦାୟ ମାନେ ବେଶ୍ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ୨୦୧୭ମସିହାର ବନ୍ୟାରେ କଲ୍ୟାଣୀ ନଦୀ ଉପରେ ଥିବା ପୋଲ ଧୋଇ ହୋଇଯିବା ଫଳରେ ଏହି ଜନଜାତି ବଜାର ଏବେ ବନ୍ଦ ହୋଇଯାଇଛି। ଯାହାଫଳରେ ଡଙ୍ଗରିଆ କନ୍ଧଙ୍କ ସମାଗ୍ରୀ ଆଉ ବିକ୍ରିବଟା ହୋଇପାରୁନି। ଡଙ୍ଗରିଆ ଲୋକେ ଚାଲି ଚାଲି ୧୨କିଲୋମିଟର କଲ୍ୟାଣସିଂହପରୁ ବ୍ଲକକୁ ଆସି ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି । ସେହିପରି ବିଷମକଟକ ବ୍ଲକ ଚାଟିକୋଣା ଶିବ ମନ୍ଦିରରେ ନିକଟରେ ଥିବା ଜନଜାତି ବଜାରର ମଧ୍ୟ ସେହି ଏକା ଅବସ୍ଥା । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବଜାର ୨୦୧୭ମସିହା ମଇ ମାସ ୩ତାରିଖ ଦିନ ଉଦଘାଟନ ପରଠାରୁ ଆରମ୍ଭ ହୋଇନାହିଁ। ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା। ହେଲେ ଏହି ବଜାର ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଛି। ଉକ୍ତ ସ୍ଥାନରେ ଅଧିକାଂଶ ସମୟରେ ମଦ ଓ ଜୁଆ ଆଡ୍ଡା ଚାଲୁଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଥିପ୍ରତି ପ୍ରଶାସନର ତିଳେ ହେଲେ ନିଘା ନାହିଁ । ବଜାର ବସିବା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ହୋଇନଥିବା ଯୋଗୁଁ ବେପାରୀ ଏହି ବଜାରକୁ ଆସିପାରୁନାହାନ୍ତି। ଫଳରେ କୁର୍ଲୀ, ଖମ୍ବେସି, ଖଜୁରୀ ଓ ପାତଲମ୍ବା ପରି ଅନେକ ଗ୍ରାମରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ଉତ୍ପାଦିତ ସମାଗ୍ରୀ ବିକ୍ରି ହୋଇପାରୁନି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories