www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ୱର ଦାମୀ ହୋଟେଲ : ଚକିତ କରେ ଏହାର ଭଡା

ସଉକ ଏକ ବଡ଼ ଜିନିଷ। ପ୍ରତ୍ୟେକଙ୍କର କିଛି ନା କିଛି ସଉକ ଥାଏ। କାହାକୁ ଖାଦ୍ୟପେୟର ତ କାହାକୁ ଦାମୀ ବସ୍ତ୍ରର, ଅଳଙ୍କାରର, ଭ୍ରମଣର ଏଭଳି ଭିନ୍ନ ଭିନ୍ନ ସଉକ ଥାଏ। ଭ୍ରମଣ ପ୍ରେମୀଙ୍କ ମଧ୍ୟରୁ ବହୁ ଲୋକଙ୍କୁ ଦାମୀ ହୋଟେଲରେ ରହିବା ଖୁବ ପସନ୍ଦ। ଯଦି ଆପଣଙ୍କର ଏଭଳି ସଉକ ଥାଏ, ତେବେ ଏପରି ଏକ ବିଳାସମୟ ହୋଟେଲ ବିଷୟରେ ଜାଣନ୍ତୁ, ଯେଉଁଠି ଗୋଟିଏ ରାତି ରହିବା ପାଇଁ ପୈଠ ହେଉଥିବା ଟଙ୍କା ବିଷୟରେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ। ଜାଣନ୍ତୁ
ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ରାମବାଗ ପ୍ରାସାଦ ଭାରତର ସବୁଠାରୁ ଦାମୀ ହେଟେଲମାନଙ୍କ ମଧ୍ୟରେ ଗୋଟିଏ। ପ୍ରାୟ ୧୮୩୫ରେ ନିର୍ମିତ ହୋଇଥିବା ଏହି ପ୍ରାସାଦ ରାଜସ୍ଥାନର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଗୋଟିଏ। ଏହି ପ୍ରାସାଦ ବା ବର୍ତ୍ତମାନ ସମୟର ହୋଟେଲ ଭାବେ ପରିଚିତ ସେହି ସ୍ଥାନ ପ୍ରାୟ ୪୮ ଏକର ମଧ୍ୟରେ ବ୍ୟାପି ରହିଛି।
ବର୍ତ୍ତମାନ ସମୟରେ ଏହି ପ୍ରାସାଦ ବିଶ୍ୱର ସବୁଠାରୁ ଦାମୀ ହୋଟେଲ ମଧ୍ୟ ଗୋଟିଏ ଭାବେ ଜଣାଶୁଣା। ଏହା ଭିତରର ସାଜସଜ୍ଜା ଖୁବ ଉଚ୍ଚକୋଟିର ଓ ସୌନ୍ଦର୍ୟ୍ୟମୟ। ହୋଟେଲରେ ପ୍ରାୟ ୭୮ଟି ବିଳାସମୟ କକ୍ଷ ରହିଛି। କକ୍ଷରେ ପର୍ୟ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ମଧ୍ୟ ରହିଛି।
ଏହି ହୋଟେଲକୁ ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଆସିଛନ୍ତି। ହୋଟେଲରେ ଗୋଟିଏ ରାତି ରହଣି ପାଇଁ ୨୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୫ ଲକ୍ଷ ପର୍ୟ୍ୟନ୍ତ ରହିଛି। ଯଦି ଆପଣ ଏହି ରାଜକୀୟ ହେରିଟେଜର ସଉକ ନେବା ପାଇଁ ଇଚ୍ଛୁକ ତେବେ ସେଠାକୁ ଯାଆନ୍ତୁ ନିଶ୍ଚୟ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories