www.samajalive.in
Monday, December 8, 2025
24.1 C
Bhubaneswar

ଏଥର ମାଟ୍ରିକ ପରୀକ୍ଷାରେ ଓଏମ୍‍ଆର

କଟକ: କରୋନା ସଂକ୍ରମଣ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତତ୍ପର ହୋଇଛି। ବିଭିନ୍ନ ଦିଗକୁ ବିଚାର କରି ଏଥର ମାଟ୍ରିକ ପରୀକ୍ଷାରେ ୫୦ ମାର୍କର ଅବ୍‍ଜେକ୍ଟିଭ ପ୍ରଶ୍ନଗୁଡ଼ିକ ପାଇଁ ପରୀକ୍ଷାର୍ଥୀଙ୍କୁ ଓଏମ୍‍ଆର୍‍ ସିଟ୍‍ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଫଳରେ ପରୀକ୍ଷାର୍ଥୀ ପୁରୁଣା ଢାଞ୍ଚାରେ ଏକ ଅବ୍‍ଜେକ୍ଟିଭ ପ୍ରଶ୍ନର ୪ଟି ବିକଳ୍ପ ମଧ୍ୟରୁ ଗୋଟିକର ପାର୍ଶ୍ବରେ ଥିବା ଗୋଲକୁ ନୀଳ କିମ୍ବା କଳା ରଙ୍ଗର କଲମରେ ଚିହ୍ନିତ କରିବେ। ଏଥିସହ ସବ୍‍ଜେକ୍ଟିଭ ପ୍ରଶ୍ନ ୫୦ ମାର୍କ ବଦଳରେ ୩୦ ମାର୍କ କରାଯିବାକୁ ସ୍ଥିର ହୋଇଛି। ପରୀକ୍ଷାର୍ଥୀଙ୍କୁ ବୋର୍ଡ ପକ୍ଷରୁ ପ୍ରତି ବିଷୟରେ ନମୁନା ପ୍ରଶ୍ନପତ୍ର ସମେତ ପ୍ରଶ୍ନୋତ୍ତର ବ୍ୟାଙ୍କ ପୁସ୍ତିକା ଯୋଗାଇ ଦିଆଯିବ।

କରୋନା ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ତଥା ଭବିଷ୍ୟତକୁ ସମ ପରିମାଣରେ ଗୁରୁତ୍ୱ ଦିଆଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ ପରୀକ୍ଷା ନିମନ୍ତେ ୩୦% ପାଠ୍ୟକ୍ରମ ବହୁ ପୂର୍ବରୁ ହ୍ରାସ କରାଯାଇଛି। ଏଯାବତ୍‍ ବିଦ୍ୟାଳୟଗୁଡ଼ିକ ଖୋଲାଯାଇ ନ ପାରିବା ସହ ଅନ୍‍ଲାଇନ୍‍ ପାଠପଢ଼ା ସେତେଟା ଫଳପ୍ରଦ ହୋଇପାରିନାହିଁ। ମାଟ୍ରିକ ପରୀକ୍ଷା ବିଦ୍ୟାର୍ଥୀ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସୋପାନ ହୋଇଥିବାରୁ ଏନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ବୋର୍ଡ ଓ ସରକାର ସମସ୍ତେ ଚିନ୍ତିତ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପ୍ରଚଳିତ ପରୀକ୍ଷା ଢାଞ୍ଚାକୁ ପରିବର୍ତ୍ତନ କରିବାକୁ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟର ବିଭିନ୍ନ ଜିଲାରୁ ଦଶମ ଶ୍ରେଣୀର ବିଷୟଗତ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆଜି ବୋର୍ଡ କାର୍ଯ୍ୟାଳୟରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନମୁନା ପ୍ରଶ୍ନପତ୍ର ଓ ପ୍ରଶ୍ନୋତ୍ତର ବ୍ୟାଙ୍କର ବିଭିନ୍ନ ଦିଗକୁ ପର୍ଯ୍ୟାଲୋଚନା କରାଯାଇ ଚୂଡ଼ାନ୍ତ କରାଯାଇଛି। ଏଥର ସପ୍ଲିମେଣ୍ଟାରୀ ପରୀକ୍ଷାରେ ୫୦ ମାର୍କ ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍‍ଆର୍‍ ସିଟ୍‍ରେ ହୋଇଥିବା ବେଳେ ସବ୍‍ଜେକ୍ଟିଭ ପ୍ରଶ୍ନ ୩୦ ମାର୍କର ପରୀକ୍ଷା ହୋଇଥିଲା। କରୋନା ସଂକ୍ରମଣର ଭୟ ଅଦ୍ୟାବଧି ଯାଇ ନଥିବାରୁ ସେହି କୌଶଳକୁ ମାଟ୍ରିକ ପରୀକ୍ଷାରେ ଆପଣେଇବାକୁ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ମାତ୍ର ବୋର୍ଡ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories