www.samajalive.in
Saturday, December 13, 2025
26.1 C
Bhubaneswar

ବରଯାତ୍ରୀ ଯାଇ ଫେରି​‌​ଲେନି ଯୁବକ, କନ୍ୟାପକ୍ଷ ଗାଁ କୂଅରୁ ମୃତଦେହ ଉଦ୍ଧାର

ଖୋର୍ଦ୍ଧା/ ଟାଙ୍ଗୀ: ଆଜି ଥିଲା ନିର୍ବନ୍ଧ। ଘରେ ଏଥିପାଇଁ ମିଠା ତିଆରି ସରିଥିଲା। ବୁଧବାର ରାତିରେ ନିଜ ଗାଁ ଡିଆର ଜଣେ ସମ୍ପର୍କୀୟଙ୍କ ବିବାହ ଥିଲା। ଅନ୍ୟ ଗ୍ରାମବାସୀଙ୍କ ସହ ଖୁସିରେ ବରଯାତ୍ରୀରେ ଆସିଥିଲେ ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲ ଗାଁକୁ। ବିଧିର ବିଧାନ ବଡ଼ ନିଷ୍ଠୁର। କିଏ ଜାଣିଥିଲା ଏହି ବରଯାତ୍ରା ହେବ ବିକାଶଙ୍କ ଲାଗି ମହାଯାତ୍ରା। ବରପକ୍ଷ ଲୋକଙ୍କ ସହ କନ୍ୟା ଘର ଗାଁର କେତେକ ଲୋକଙ୍କ ମାରପିଟ ହେଲା। ଢେଙ୍ଗାବାଡ଼ି ଉଠିବାରୁ ଅନ୍ୟ ବରଯାତ୍ରୀ ଛତ୍ରଭଙ୍ଗ ଦେଲେ। ବିକାଶ କିନ୍ତୁ ଘରକୁ ଫେରି ନଥିଲେ। ଆଜି ସକାଳୁ ତାଙ୍କ ମୃତଦେହକୁ ରମାବିଲ ଗାଁରୁ ଏକ କୂଅଭିତରୁ ଉଦ୍ଧାର କରାଯାଇଛି।

ବିକାଶଙ୍କୁ ମାରି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଡିଆ ଗ୍ରାମବାସୀ ଶରଣକୂଳ-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ରମାବିଲ ଛକରେ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଖୋର୍ଦ୍ଧା ଏସ.ପି. ଅଜେୟପ୍ରତାପ ସ୍ୱାଇଁ, ଉପ-ଜିଲାପାଳ ଅଶୋକକୁମାର ବେହୁରିଆ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।

- Advertisement -

ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଡିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁଅର ବିବାହ ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲ ଗ୍ରାମର ଜଳନ୍ଧର ବାରିକଙ୍କ ଝିଅ ସହ ବୁଧବାର ରାତିରେ ହୋଇଛି। ବିକାଶଙ୍କ ପିତା କେଦାର ସାହୁ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି ଯେ ତ୍ରିନାଥଙ୍କ ନିମନ୍ତ୍ରଣରେ ବିକାଶ ସହ ଡିଆ ଗ୍ରାମର କେତେକ ଲୋକ ବରଯାତ୍ରୀ ଯାଇଥିଲେ। ରମାବିଲ ଛକରେ ବରଗାଡ଼ି ଭିତରେ ଥିବା ବେଳେ ବରକୁ ଦେଖିବାକୁ ରମାବିଲ ଗ୍ରାମର ଜଣେ ଯୁବକ କାର୍‌ ଲାଇଟ ଲଗାଇବାକୁ କହିଥିଲେ। କାର୍‌ ଚାଳକ ଲାଇଟ ଖରାପ ଅଛି କହିବାରୁ ଯୁବକ ଜଣଙ୍କ ଚାଳକକୁ ମାଡମାରିଥିଲେ। ପରେ ସେଠାରେ ଦୁଇଗୋଷ୍ଠୀ ମଧ୍ୟରେ ମାର୍‌ପିଟ ଉଗ୍ର ହୋଇଥିଲା। ଆପୋଷ ବୁଝାବଣା ପରେ ବିବାହ ସମ୍ପନ୍ନ ହୋଇଥିଲା। ବରଯାତ୍ରୀମାନେ ଖାଇପିଇ ଫେରିଥିଲେ। ବର-କନ୍ୟା ଓ ବରଯାତ୍ରୀ ଫେରିଥିଲେ। କେବଳ ବିକାଶ ଘରକୁ ଫେରି ନଥିଲେ। କନ୍ୟାଘର ଦୁଆରେ ବିକାଶର ମଟରସାଇକଲ ଥୁଆ ହୋଇଥିଲା। ଗୁରୁବାର ଡିଆ ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଲୋକ ସକାଳୁ ବିକାଶକୁ ଖୋଜାଖୋଜି କରି ନପାଇ ଅପରାହ୍ଣରେ ଜଙ୍କିଆ ଥାନାରେ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ। ଜଙ୍କିଆ ଥାନା ପୁଲିସ ନିରାକାରପୁର ଥାନାରେ ଅଭିଯୋଗ କରିବାକୁ କହିଥିଲେ। ପରେ ଖୋର୍ଦ୍ଧା ଏସପିଙ୍କ ହସ୍ତକ୍ଷେପରେ ଜଙ୍କିଆ ଥାନାରେ ମାମଲା ରୁଜୁ ହୋଇଥିଲା। ଆଜି ସକାଳୁ ମୃତ ବିକାଶଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା। ଟାଙ୍ଗୀରୁ ଦମକଳବାହିନୀ ଆସି ମୃତଦେହକୁ ସେଠାରୁ ଉଦ୍ଧାର କରିଥିଲା। ବିକାଶଙ୍କ ସମ୍ପର୍କୀୟମାନେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶରଣକୁଳୁ-ପୁରୀ ନୂଆ ଜଗନ୍ନାଥ ସଡକକୁ ଅବରୋଧ କରିଥିଲେ। ଖୋର୍ଦ୍ଧା ଉପଜିଲାପାଳ, ଏସପି, ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ରଙ୍କ ସହ ଜିଲାର ସମସ୍ତ ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସହ ତଦନ୍ତକୁ ତ୍ୱରାନ୍ୱିତ କରିଥିଲେ। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଜିଲା ରେଡକ୍ରସରୁ ମୃତ ଯୁବକର ଅ​‌େ​‌ନ୍ତ୍ୟ ଷ୍ଟିକ୍ରିୟା ପାଇଁ ୨୦ ହଜାର ଟଙ୍କା ଦିଆଯାଇଥିବା ଉପ-ଜିଲାପାଳ ଶ୍ରୀ ବେହୁରିଆଙ୍କଠାରୁ ସୂଚନା ମିଲିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍‌ସ ଭୁବନେଶ୍ୱରକୁ ପଠାଯାଇଛି। ଘଟଣାରେ ଜଡ଼ିତ ୪ ଅଭିଯୁକ୍ତଙ୍କୁ ଜଙ୍କିଆ ପୁଲିସ ଗିରଫ କରିଥିବା ଏସ.ପି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories