www.samajalive.in
Monday, December 8, 2025
13.1 C
Bhubaneswar

ଜୋ ବାଇଡେନ୍ ଓ କମଲା ହ୍ୟାରିସ ‘ଟାଇମ ପର୍ସନ ଅଫ ଦ ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍‌ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି। ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଭୟ ବାଇଡେନ୍‌ ଏବଂ ହ୍ୟାରିସଙ୍କ ଫଟୋକୁ ଟାଇମ ମାଗାଜିନ୍‌ର କଭର ପୃଷ୍ଠାରେ ସ୍ଥାନିତ କରାଯାଇଛି।

Image Courtesy: Time

ଡେମୋକ୍ରାଟିକ୍‌ ପାର୍ଟିର ଏହି ଦୁଇ ନେତା ଗତ ନଭେମ୍ବରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରିଥିବାବେଳେ ହ୍ୟାରିସ୍‌ ଆମେରିକାର ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସିଆର ନାଗରିକ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ଟାଇମ ପତ୍ରିକା ୨୦୧୬ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ‘ପର୍ସନ ଅଫ ଦ ଇୟର’ ଭାବେ ଚୟନ କରିଥିଲା।

- Advertisement -

ଟାଇମ ମାଗାଜିନର କଭର ପୃଷ୍ଠାରେ ୭୮ ବର୍ଷୀୟ ବାଇଡେନ ଏବଂ ୫୬ ବର୍ଷୀୟ ହ୍ୟାରିସଙ୍କ ଏକ ଫଟୋ ପ୍ରକାଶିତ ହୋଇଛି। ଏହାର ଶୀର୍ଷକ ରହିଛି ‘ଆମେରିକାର କାହାଣୀ ବଦଳୁଛି’। ରିୟଲ ଇଷ୍ଟେଟ ଉଦ୍ୟୋଗପତିରୁ ରାଜନେତା ପାଲଟିଥିବା ଟ୍ରମ୍ପଙ୍କୁ ଗୋଟିଏ କାର୍ଯ୍ୟକାଳ ପରେ ବାଇଡେନ୍‌ ୩୦୬ ଇଲେକ୍ଟୋରାଲ କଲେଜ ଭୋଟ ହାସଲ କରି ହରାଇଛନ୍ତି। ଟ୍ରମ୍ପ ୨୩୨ ଇଲେକ୍ଟୋରାଲ କଲେଜ ଭୋଟ ପାଇଥିଲେ।

ସୂଚନାଯୋଗ୍ୟ, ଟାଇମ ମାଗାଜିନ ୧୯୨୭ରୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରିଆସୁଛି। ଗତ ଗୁରୁବାର ପତ୍ରିକା ପକ୍ଷରୁ ବାସ୍କେଟବଲ ସୁପରଷ୍ଟାର ଲେବ୍ରୋନ୍‌ ଜେମ୍ସଙ୍କୁ ‘ଆଥଲେଟ୍‌ ଅଫ ଦ ଇୟର’ ଭାବେ ଚୟନ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories