www.samajalive.in
Monday, December 8, 2025
24.1 C
Bhubaneswar

ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ଜଣେ ମୃତ ଛଅ ଗୁରୁତର

ବୁର୍ଲା : ସମ୍ବଲପୁର-ଝାରସୁଗୁଡା ଜାତୀୟ ରାଜପଥର ଲପଙ୍ଗାଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଲପଙ୍ଗାଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକର ପଛପଟେ ଏକ ଟାଟା ମ୍ୟାଜିକ୍‍ ଗାଡି ଧକ୍କା ଦେଇଥିଲା। ତେବେ ଟାଟା ମ୍ୟାଜିକରେ ବସିଥିବା ୭ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଆଣିଥିଲେ। ତେବେ ବୁର୍ଲା ଭିମସାରରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୬ ଜଣ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଚିକିତ୍ସାଧିନ। ମୃତକ ଜଣକ ବରଗଡ ଜିଲ୍ଲା ପଦ୍ମପୂର ଖେମେଡଖେର ଗ୍ରାମର ମହନ ଷାଣ୍ଢ(୪୪) ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଆଜି ସମ୍ବଲପୁର ଧନୁପାଲି ପୁଟିବନ୍ଧ ଅଞ୍ଚଳରୁ ୭ ଜଣ ଶ୍ରମିକ ଝାରସୁଗୁଡାରେ ବିଦ୍ୟୁତ କାମ ପାଇଁ ବାହାରିଥିଲେ। ଏମାନେ ଏକ ଟାଟା ଏସି ଗାଡି ଭଡା କରି ଝାରସୁଗୁଡା ଆଭିମୂଖେ ବାହାରିଥିଲେ। ତେବେ ଦିନ ପ୍ରାୟ ୧ଟା ସମୟରେ ଶ୍ରମିକ ମାନେ ଯାଉଥିବା ଟାଟା ଏସି ଗାଡିଟି ଲପଙ୍ଗାଛକ ନିକଟରେ ଏକ ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଯାଇ ଧକ୍କା ଦେଇଥିଲା। ଏଥିରେ ସମସ୍ତ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ସ୍ତାନାନ୍ତରିତ କରିଥିଲେ। ତେବେ ବର୍ତ୍ତମାନ ବୁର୍ଲା ଭିମସାରରେ ଗୁରୁତର ଭାବରେ ଆହତ ପରମେଶ ଷାଣ୍ଢ(୨୫), ଗୋବିନ୍ଦ ଜାଲ, ନିର୍ମଲ ଚିରଗୁନ, ପ୍ରମୋଦ ମାଝୀ, ଅନିଲ ଭଇଁସା ଏବଂ ସାଜନ ଭଇଁସା ପ୍ରମୁଖଙ୍କ ଚିକିତ୍ସା ଚାଲିଛି। କିଛି ଆହତ ସମ୍ବଲପୁରର ରହିଥିବା ସୁଚନା ମିଳିଥିବା ବେଳେ ଅନ୍ୟ କିଛି ବରଗଡ ଜିଲ୍ଲାର ରହିଥିବା ସୁଚନା ହସ୍ତଗତ ହୋଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories