www.samajalive.in
Sunday, December 7, 2025
15.1 C
Bhubaneswar

ଗୁଳିମାଡ କରି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଲୁଟ୍ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା-ମାରୁଗୋଠ ମଧ୍ୟବର୍ତ୍ତୀ ୬୫ନଂ ରାଜ୍ୟ ରାଜପଥରେ ସନ୍ଧ୍ୟା ପ୍ରାୟ ୫.୩୦ମିନିଟ୍ ସମୟରେ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହେନ୍ଦ୍ର ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଅନୁଗୁଳ ଅଞ୍ଚଳର କ୍ଷୀତିଶ ରଞ୍ଜନ ଭଞ୍ଜ(୨୬) ନୂଆପାଟଣା ଅଞ୍ଚଳରୁ ବକେୟା ଅର୍ଥ ଆଦାୟ କରି ଆଠଗଡ ଆଡକୁ ଫେରୁଥିବାବେଳେ ଏହି ଗୁଳିମାଡ ଘଟଣା ଘଟିଛି। ୩ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆଠଗଡ ପଟୁ ଯାଇ ସଂପୃକ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀ କ୍ଷୀତିଶଙ୍କ ମୁଣ୍ଡକୁ ପ୍ରଥମେ ଶକ୍ତ ପ୍ରହାର କରିଥିଲେ। ସେ ତଳେ ପଡିବା ପରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଧରି ଦୌଡି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ କରି ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ।

ଗୁଳିମାଡରେ କ୍ଷୀତିଶଙ୍କର ଗୋଡ ଜଙ୍ଘରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସେଠାରୁ ଜେନାପଦାର କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରି ଏକ ବାଇକରେ ଆଠଗଡ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଆଠଗଡ ଥାନାରେ କୌଣସି ଏତଲା ଏ ପର୍ଯ୍ୟନ୍ତ ଦିଆଯାଇନଥିଲେ ମଧ୍ୟ ଡାକ୍ତରଖାନା ସୁତ୍ରରୁ ଖବର ପାଇ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସବ୍ଇନ୍ସପେକ୍ଟର ଶକୁନ୍ତଳା ଦାସ ଘଟଣାସ୍ଥଳକୁ ଯାଇ କ୍ଷୀତିଶଙ୍କୁ ଉଦ୍ଧାର କରିବା ସହ ତନାଘନା ତଦନ୍ତ ଚଳାଇଛନ୍ତି। ଆଠଗଡ ଥାନା ପକ୍ଷରୁ ନିକଟବର୍ତ୍ତୀ ଅନ୍ୟ ଥାନା ଗୁଡିକୁ ଏସଂପର୍କରେ ସୂଚନା ଦିଆଯାଇ ସଂପୃକ୍ତ ଦୁର୍ବୃତ୍ତଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଥିବା ଆଇଆଇସି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories