www.samajalive.in
Monday, December 8, 2025
13.1 C
Bhubaneswar

ନଡ୍ଡା ଆକ୍ରମଣ ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କଠାରୁ ରିପୋର୍ଟ ମାଗିଲା କେନ୍ଦ୍ର

ପଶ୍ଚିମବଙ୍ଗ ଡାଇମଣ୍ଡ ହାରବରଠାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ପରେ କେନ୍ଦ୍ର ସରକାର ରାଜ୍ୟପାଳ ଜଗଦୀପ ଧଂଖାରଙ୍କ ଠାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ମାଗିଛନ୍ତି। କେନ୍ଦ୍ର ଗୃହ ସଚିବ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ମୁଖ୍ୟ ଜଗତ ପ୍ରକାଶ ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଚିଠି ଲେଖିଛନ୍ତି। ଗୃହ ସଚିବ ତାଙ୍କ ଚିଠିରେ ନଡ୍ଡାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବା ପାଇଁ କହିଛନ୍ତି। ତାଙ୍କର ୧୨୦ ଦିନିଆ ଦେଶ ଗସ୍ତର ଏକ ଅଂଶ ଭାବରେ ନଡ୍ଡା ବୁଧବାର ଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ପହଂଚିବା ପରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଏବଂ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ବୁଥ ସ୍ତରରେ ମଧ୍ୟ ଦଳକୁ ମଜବୁତ କରିବା ଉଦ୍ଦେଶ୍ୟରେ ଯାଉଛନ୍ତି।

ଆଜି ବିକ୍ଷୋଭକାରୀମାନେ ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ସହ ଗାଡି ଉପରକୁ ପଥର ଫିଙ୍ଗିଥିଲେ ଯେଉଁଥିରେ ଅନେକ ବିଜେପି ନେତା ଆହତ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଶାହା କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଆକ୍ରମଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଏହି ପ୍ରାୟୋଜିତ ହିଂସା ପାଇଁ ବଙ୍ଗଳା ସରକାରଙ୍କୁ ରାଜ୍ୟର ଶାନ୍ତିପ୍ରିୟ ଲୋକଙ୍କୁ ଉତ୍ତର ଦେବାକୁ ପଡିବ ବୋଲି ଶାହା ଟ୍ୱିଟ୍ କରି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories