www.samajalive.in
Monday, December 8, 2025
13.1 C
Bhubaneswar

ତାଲାବନ୍ଦ ସମୟରେ କ୍ଷୁଧାର ସ୍ଥିତି ରିପୋର୍ଟ : ୧୧ ରାଜ୍ୟବାସୀଙ୍କ ଖାଦ୍ୟ ପରିମାଣ ୬୬% ହ୍ରାସ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ପାଳିତ ତାଲାବନ୍ଦ ସମୟର ଦୁର୍ବିସହ ଜୀବନ ଉପରୁ କ୍ରମଶଃ ପରଦା ହଟୁଛି। କାମ ଧନ୍ଦା ନ ପାଇ ଖାଦ୍ୟ ପାଇଁ ଆଉଟୁପାଉଟୁ ହେଉଥିବା ଶ୍ରମିକ ଓ ଅନ୍ୟ ବର୍ଗର ଜନତାଙ୍କ ସମ୍ପର୍କରେ ଅନେକ ଖବର ଗଣମାଧ୍ୟମରୁ ଜାଣିବାକୁ ମିଳିଥିଲେ ମଧ୍ୟ ଏବେ ଏହାର ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ହଙ୍ଗର ୱାଚ୍‌’ ଭଳି ଅନୁଷ୍ଠାନ ଦ୍ବାରା ପ୍ରଥମ ଥର ପାଇଁ ତାଲାବନ୍ଦ ସମୟରେ କ୍ଷୁଧାର ସ୍ଥିତି ସମ୍ପର୍କରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତର ୧୧ଟି ରାଜ୍ୟର ୪୫ପ୍ରତିଶତରୁ ଅଧିକ ଲୋକେ ଦିନକୁ ଦି’ଓଳି ଖାଦ୍ୟ ପାଇଁ ଟଙ୍କା ଉଧାର ଆଣିଛନ୍ତି।

ଏମାନଙ୍କ ମଧ୍ୟରେ ଅଧିକାଂଶ ଅଛନ୍ତି ଦଳିତ ଓ ସଂଖ୍ୟାଲଘୁ ବର୍ଗର ଜନତା। ସାମାଜିକ ବାଛବିଚାର ଯୋଗୁଁ ଏହି ଦୁଇ ବର୍ଗର ଲୋକେ ଅଧିକ ଯନ୍ତ୍ରଣା ଭୋଗିଥିବା ରିପୋର୍ଟରେ କୁହାଯାଇଛି। ପ୍ରତି ୪ଜଣରେ ଜଣେ ଲେଖାଏଁ ଦଳିତ ଓ ସଂଖ୍ୟାଲଘୁ ଜନତା ବାଛବିଚାର ଯୋଗୁଁ ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି। ଦଳିତଙ୍କ ଖାଦ୍ୟ ପରିମାଣର ୭୪ପ୍ରତିଶତ ଏହି ସମୟରେ ହ୍ରାସ ପାଇଛି। ସେହିଭଳି ସାଧାରଣ ବର୍ଗ ମଧ୍ୟରୁ ପ୍ରତି ୧୦ଜଣରେ ଜଣେ ସମାନ କାରଣରୁ ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି। ଏହି ବର୍ଗ ମଧ୍ୟରୁ ୨୩ ପ୍ରତିଶତ ଖାଦ୍ୟ ପାଇଁ ଟଙ୍କା ଉଧାର କରିବାକୁ ବାଧ୍ୟ ହୋଇଛନ୍ତି। ବିଶେଷକରି ଏପ୍ରିଲ-ମେ ଓ ସେପ୍ଟେମ୍ବର-ଅକ୍ଟୋବର ମାସ ମଧ୍ୟରେ ଅନେକ ଲୋକ ଭୋକରେ ନିଦଯାଇଥିବା କହିଛନ୍ତି। ସେମାନଙ୍କ ସଂଖ୍ୟା ପ୍ରତି ୭ଜଣରେ ଜଣେ ବୋଲି ରିପୋର୍ଟରେ କୁହାଯାଇଛି।

- Advertisement -

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଏଭଳି ସ୍ଥିତି ଉପୁଜିଥିବାବେଳେ ଗରିବ ରାଜ୍ୟଗୁଡ଼ିକର ଅଧିବାସୀଙ୍କ ଅବସ୍ଥା କ’ଣ ହୋଇଥିବା ଏଥିରୁ ଅନୁମେୟ ବୋଲି ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି। ଏପ୍ରିଲ-ମେ’ରେ ଏହି ସବୁ ରାଜ୍ୟର ୪୩ପ୍ରତିଶତ ଜନତା ରୋଜଗାର ସମ୍ପୂର୍ଣ୍ଣ ହରାଇଥିବା କହିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବରରେ ସେମାନେ ଅଧିକାଂଶ ସମୟ ଭୋକରେ କଟାଇଥିବା କହିଛନ୍ତି। ଏହାକୁ ବିଚାରକଲେ ଏହି ସମୟ ମଧ୍ୟରେ ଉପରୋକ୍ତ ରାଜ୍ୟଗୁଡ଼ିକର ଲୋକଙ୍କ ଖାଦ୍ୟ ପରିମାଣ ୬୬ପ୍ରତିଶତ ହ୍ରାସ ପାଇଛି। କିଛି ରାଜ୍ୟରେ ଏହା ୯୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା ପ୍ରକାଶ। ଖାଦ୍ୟାଭାବ ସମୟରେ ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସ୍ବପ୍ନ ଥିଲା ଏବଂ ଏବଂ ଶ୍ରମିକ ଶ୍ରେଣୀ ଖାଦ୍ୟ ସାମଗ୍ରୀ କିଣିବାର କ୍ଷମତା ସମ୍ପୂର୍ଣ୍ଣ ହରାଇଥିବା ଅନେକ ମତ ଦେଇଛନ୍ତି।

କେବଳ ସେତିକି ନୁହେଁ ଗତ ଦୁଇ ସପ୍ତାହ ଧରି ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁଁ ଦେଶର କ୍ଷୁଧିତ ଜନତାଙ୍କ ସ୍ଥିତି ଆହୁରି ଦୁର୍ବିସହ ହୋଇପଡ଼ିବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କୃଷକଙ୍କ ଆନ୍ଦୋଳନ କାରଣରୁ ଖାଦ୍ୟପଦାର୍ଥ ଉତ୍ପାଦନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବ ଏବଂ ଏହା କ୍ଷୁଧା ବୃଦ୍ଧିର କାରଣ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ କ୍ଷୁଧିତ ଜନତାଙ୍କୁ ଅନ୍ତତଃ ଆସନ୍ତା ୬ମାସ ପର୍ଯ୍ୟନ୍ତ ମାସିକ ୧୦କିଲୋ ଚାଉଳ ବା ଗହମ, ଦେଢ଼ କିଲୋ ଡାଲି, ୮୦୦ଗ୍ରାମ ଖାଇବା ତେଲ ଯୋଗାଇଦିଆଯିବା ଉଚିତ ବୋଲି ‘ହଙ୍ଗର ୱାଚ୍‌’ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଅନ୍ୟୂନ ୨୦୦ ଦିନ ପାଇଁ କର୍ମନିଯୁକ୍ତି ଯୋଗାଇ ଦିଆଗଲେ ସେମାନଙ୍କ ଅବସ୍ଥା ସୁଧରିବା ଆଶା ଥିବା କୁହାଯାଇଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories