www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ତ୍ରୀ ସାରକାଙ୍କୁ ଅଡ଼ୁଆ ’ରତ୍ନ’: ଇସ୍ତଫା ଦାବି କଲା ବିଜେପି; ମନ୍ତ୍ରୀ କହିଲେ ଶସ୍ତା ରାଜନୀତି

ରାୟଗଡ଼ରେ ଜବତ ଚୋରା ରତ୍ନପଥର ପ୍ରସଙ୍ଗରେ ଆଦିବାସୀକଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଶିବଶଙ୍କର ଉଲ୍ଲାକା ମନ୍ତ୍ରୀଙ୍କର ରତ୍ନ ମାଫିଆଙ୍କ ସହ ସମ୍ପର୍କ ଯୋଡ଼ି ଇସ୍ତଫା ଦେବାକୁ ଦାବି କରିଛନ୍ତି । 

ଶିବଶଙ୍କର କହିଛନ୍ତି ଯେ ରତ୍ନପଥର ଚୋରାଚାଲାଣ ମାମଲାରେ ଗିରଫ ଅଭିଯୁ୍କ୍ତ ଜିତେନ୍ଦ୍ର କୁମାର ବେହେରା ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ, ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସମ୍ପର୍କ ରହିଛି। ତେଣୁ ଏହାର ତଦନ୍ତ କରାଯିବା ସହ ବିଜେଡ଼ି ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ସେ ଦାବି କରିଛନ୍ତି । ଗତ ସୋମାବାର ଜଗନ୍ନାଥ କମ୍ପ୍ଲେକ୍ସ ଉପରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଏସଟିଏଫ ଟିମ ଚଢ଼ଉ ବେଳେ ବିପୁଳ ରତ୍ନ ପଥର ଜବତ ହୋଇଥିଲା । ଏହା ସହ ଜିତେନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିବା ପରେ ତାଙ୍କ କାର ଭିତରୁ ମଧ୍ୟ ଦୁଇ ବସ୍ତା ରତ୍ନ ଜବତ ହୋଇଥିଲା । ଏହାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ବିଜେପି ଅଭିଯୋଗ କରିଛି ।

- Advertisement -

ଅନ୍ୟପକ୍ଷରେ ଏହି ଘଟଣାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିରୋଧୀଙ୍କ ଉପରେ ଶସ୍ତା ରାଜନୀତିର ଅଭିଯୋଗ ଆଣିଛନ୍ତି । ବିଜେପି ଅଭିଯୋଗରେ ସତ୍ୟତା ନାହିଁ ଏବଂ କଂଗ୍ରେସର ଅଭିଯୋଗ ନିରାଧାର ବୋଲି ମନ୍ତ୍ରୀ ଉଲ୍ଲେଖ କରି ଗିରଫ ଯୁବକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ।  ୧୯୯୭ରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଛି ଏବଂ ସାମାଜିକ ଜୀବନରେ କେହି ଯଦି ତାଙ୍କ ସହ ଫଟୋ ଉଠାଇଲା, ତେବେ ତାଙ୍କ ସହ ସମ୍ପର୍କ ଅଛି ବୋଲି କେମିତି କୁହାଯାଇ ପାରିବ । ଫଟୋକୁ ନେଇ ଯେଉଁ ଶସ୍ତା ରାଜନୀତି କରାଯାଉଛି ସେଥିରେ ସେ କୌଣସି ମନ୍ତବ୍ୟ ଦେବେ ନାହିଁ । ଯିଏ ଦୋଷୀ ସେ ଦଣ୍ଡ ପାଉ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories