www.samajalive.in
Saturday, December 13, 2025
26.1 C
Bhubaneswar

କୃଷି ଆଇନ ରଦ୍ଦ ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। କୃଷକ ସଂଗଠନ ମଧ୍ୟ ବୁଧବାର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ଜିଦ୍ ଧରିଛନ୍ତି। ଏହି ସମୟରେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକସ୍ବରରେ କୃଷି ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି।  ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୀତାରାମ ୟେଚୁରୀ ଏବଂ ଅନ୍ୟ ବିରୋଧୀଦଳର ନେତାମାନେ ଯୋଗ ଦେଇଥିଲେ।

- Advertisement -

ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କୃଷକମାନେ ଦେଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେମାନେ ଦିନରାତି କଠିନ ପରିଶ୍ରମ କରନ୍ତି | କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ତାଙ୍କ ସ୍ୱାର୍ଥରେ ନାହିଁ। ସଂସଦରେ ଆଲୋଚନା ବିନା ଏହି ବିଲ୍ ଅସାମ୍ବିଧାନିକ ଭାବେ ପାରିତ ହୋଇଛି। ସେ କହିଛନ୍ତି ଯେ ଯେଉଁଭଳି ଭାବରେ କୃଷି ବିଲ୍ ପାରିତ ହୋଇଛି, ଆମେ ଏହା ଅନୁଭବ କରୁଛୁ ଯେ ଏହା ଚାଷୀଙ୍କ ପାଇଁ ଅପମାନ। ତେଣୁ ସେମାନେ ଥଣ୍ଡା ପାଗରେ ମଧ୍ୟ ରାଜରାସ୍ତାରେ ବସିଛନ୍ତି ।

ଶରଦ ପାୱାର କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ କୃଷି ବିଲ୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି ଏବଂ ଏହାକୁ ଚୟନ କମିଟି ନିକଟକୁ ପଠାଯିବା ଉଚିତ। ମାତ୍ର ସରକାର ଏହାକୁ ଗ୍ରହଣ କଲେ ନାହିଁ, ଆଇନ ଭାବରେ ଏହାକୁ ଗୃହୀତ କରିଦେଲେ । ଏହି ଶୀତ ଦିନେ କୃଷକମାନେ ଶାନ୍ତିଶୃଙ୍ଖଳାର ସହ ରାସ୍ତାରେ ଯାଇ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ସରକାରଙ୍କ କର୍ତ୍ତବ୍ୟ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସୀତାରାମ ୟେଚୁରୀ କହିଛନ୍ତି ଯେ ଆମେ ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛୁ। ଗଣତାନ୍ତ୍ରିକ ପଦ୍ଧତି ଗ୍ରହଣ ନକରି ପାରିତ ହୋଇଥିବା କୃଷି ଆଇନ ଏବଂ ବିଦ୍ୟୁତ୍ ସଂଶୋଧନ ବିଲ୍ ରଦ୍ଦ କରିବାକୁ ଆମେ ଅନୁରୋଧ କରୁଛୁ। ୨୫ ରୁ ଅଧିକ ବିରୋଧୀ ଦଳ କୃଷି ଆଇନ ପ୍ରତ୍ୟାହାର ଦାବିରେ ସହାୟତା କରିଛନ୍ତି। ଏହି ନିୟମଗୁଡ଼ିକ ଭାରତର ସ୍ୱାର୍ଥରେ ନାହିଁ ଏବଂ ଏହା ଆମର ଖାଦ୍ୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories