www.samajalive.in
Wednesday, December 10, 2025
26.1 C
Bhubaneswar

ପୁଣି ହୋଇପାରେ ଭାରତ ବନ୍ଦ, ରାମଲୀଳା ମୈଦାନରେ ପ୍ରଦର୍ଶନ ପାଇଁ ଅନୁମତି ମାଗିଲା ପଞ୍ଜାବ କୃଷକ ସଂଘ

ଆଜି ସାରା ଦେଶରେ କୃଷକ ସଂଗଠନଗୁଡିକ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରା କେତେକାଂଶରେ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ପୁଣି ଥରେ ଭାରତ ବନ୍ଦ କରିବା ଲାଗି ନିଷ୍ପତ୍ତି ହୋଇପାରେ ବୋଲି ସମ୍ଭାବନା ଦେଖାଦେଇଛି। କେନ୍ଦ୍ର କୃଷିମନ୍ତ୍ରୀ ତଥା ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରି ପାରୁନଥିବା ବେଳେ ଦିନକୁ ଦିନ ଦିଲ୍ଲୀରେ ସୀମାରେ ହଜାର ହଜାର ସଂଖ୍ୟାରେ କୃଷକ ଓ କୃଷକ ସଂଗଠନର ସଦସ୍ୟମାନେ ଆସି ପହଂଚୁଛନ୍ତି। କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଦିଲ୍ଲୀ ଏବଂ ହରିୟାଣାବାସୀଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁ ନାହାଁନ୍ତି ବୋଲି ପଞ୍ଜାବ କୃଷକ ସଂଘ କହିବା ସହ ସେମାନଙ୍କୁ ରାମଲୀଳା ମୈଦାନରେ ବିରୋଧ କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି।

ସିଙ୍ଗୁ (ହରିୟାଣା-ଦିଲ୍ଲୀ) ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ କିସାନ ୟୁନିଅନର ଆର.ଏସ. ମନସା କହିଛନ୍ତି ଯେ ଆମେ ଦିଲ୍ଲୀ କିମ୍ବା ହରିୟାଣାର କାହାକୁ ଅସୁବିଧାରେ ପକାଇବାକୁ ଚାହୁଁ ନାହୁଁ, ଆମକୁ ରାମଲିଲା ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଉ।

- Advertisement -

ମନସା କହିଛନ୍ତି ଯେ ପାଞ୍ଚ ରାଉଣ୍ଡ ଆଲୋଚନା ହୋଇଛି କିନ୍ତୁ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ପ୍ରତିଶୃତଟି ଦେଇନାହିଁ। ତେବେ ଆଜି ସନ୍ଧ୍ୟା ୭ଟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହେଉଥିବା ବୈଠକରେ କୃଷକଙ୍କ ଦାବିକୁ କେନ୍ଦ୍ର ଗ୍ରହଣ କରିବାକୁ ଇଚ୍ଛୁକ କି ନାହିଁ ସେ ତାଙ୍କୁ ପଚାରିବେ ବୋଲି ମନସା କହିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories