www.samajalive.in
Monday, December 8, 2025
24.1 C
Bhubaneswar

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ

ଆଠଗଡ : ଆଠଗଡ ଓ ତିଗିରିଆ ବ୍ଲକରେ କାର୍ଯ୍ୟରତ ୧୩ଜଣ କନିଷ୍ଠ ଶିକ୍ଷା ସହାୟକଙ୍କୁ ସେମାନଙ୍କର ଅବଧି ଶେଷ ପରେ ନିୟମିତ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପ୍ରମାଣପତ୍ର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଦାନ କରିଛନ୍ତି। ଏହି ୧୩ଜଣ ଅଣତାଲିମପ୍ରାପ୍ତ ଶିକ୍ଷା ସହାୟକଙ୍କୁ ପ୍ରଥମେ ତାଲମ ପ୍ରଦାନ କରାଯାଇ କନିଷ୍ଠ ଶିକ୍ଷକ ଭାବେ ଏବଂ ୩ ବର୍ଷ କନିଷ୍ଠ ଶିକ୍ଷକ ଭାବେ ଏବେ ତାଙ୍କୁ ପଦୋନ୍ନତି ଦିଆଯାଇ ନିୟମିତ ଶିକ୍ଷକ ରୂପେ ନିଯୁକ୍ତି ମିଳିଛି। ରବିବାର ସମସରପୁରଠାରେ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଧର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ପଦୋନ୍ନତି ପାଇଥିବା ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏଥିରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ଶିକ୍ଷକମାନଙ୍କୁ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଏବଂ କୋମଳମତି ଛାତ୍ରଛାତ୍ରୀଙ୍କର ଉତ୍ତମ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତିଗିରିଆ ବ୍ଲକ ଶିକ୍ଷାଧିକାରୀ ସରସ୍ୱତୀ କାନୁନଗୋ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ପଦୋନ୍ନତି ପାଇ ନିୟମିତ ଶିକ୍ଷକ ହୋଇଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ ହେଲେ ଆଠଗଡ ବ୍ଲକର ଲୋପାମୁଦ୍ରା ନାଥ (ବାଳି), ମୋନାଲିସା ପଟ୍ଟନାୟକ (କୋଳଥପଙ୍ଗି), ସଞ୍ଜୟ କୁମାର ମହାନ୍ତି (ଓରଦା), ସୌଦାମିନୀ ସାମଲ(ଖମାରନୂଆଗାଁ), ଶ୍ରୀକାନ୍ତ ନାୟକ(ହରିଡାଗହିର), ସୁଧାଂଶୁ ଶେଖର ବେଉରା (ଘଣ୍ଟିଖାଲ), ସୁରମା ବେହେରା (ଡାଳଭାଗ), ବିଭୁପ୍ରସାଦ ମହାପାତ୍ର(ଭୋଗରା), ରଜନୀ ବେହେରା(ମହାକାଳବସ୍ତ), ତପନ ସାହୁ(ବାମନପୁର), ତିଗିରିଆ ବ୍ଲକର ନିଲମ୍ କୁମାର ବେହେରା (ତେନ୍ତୁଳିରଗଡି), ଦୀପାଞ୍ଜଳି ଦଳାଇ(ବାଣେଶ୍ୱରପଡା), ଗୀତାଞ୍ଜଳି ମହାପାତ୍ର(ନୂଆପାଟଣା)। ଏହି କାର୍ଯ୍ୟକ୍ରମରେ ଆଠଗଡ ଓ ତିଗିରିଆ ବ୍ଲକର ସମସ୍ତ ସହକାରୀ ବ୍ଲକଶିକ୍ଷାଧିକାରୀ ଏବଂ ସିଆରସିସି ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ନୀଳମଣି ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories