www.samajalive.in
Sunday, December 14, 2025
23.1 C
Bhubaneswar

ଅସ୍ତିତ୍ବ ହରାଇବ ଇବ୍ ନଦୀ !

ବ୍ରଜରାଜନଗର : ବ୍ରଜରାଜନଗର ଅଞ୍ଚଳର ଜୀବନ ପ୍ରଦାୟିନୀ ନଦୀ ଭାବେ ‘ଇବ୍‌’ ପରିଚିତ। କେବେ ଏହି ନଦୀ ଚିରସ୍ରୋତା ଥିଲା। ଏବେ ନିଜ ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମ କରୁଛି। ବର୍ଷାଋତୁକୁ ଛାଡ଼ି ଦେଲେ ବର୍ଷର ଅବଶିଷ୍ଟ ଦିନ ଏହାର ଶଯ୍ୟା ଜଳଶୂନ୍ୟ ହୋଇ ମରୁଭୂମିର ଭ୍ରମ ସୃଷ୍ଟି କରୁଛି।
ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଯଶପୁର ଜିଲା ଅନ୍ତର୍ଗତ ବଗିଚା ତହସିଲରୁ ବାହାରି ଥିବା ଇବ୍‌ ରାୟଗଡ଼, ଯଶପୁର ଦେଇ ଓଡ଼ିଶାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦେଇ ମହାନଦୀରେ (ହୀରାକୁଦ ଜଳଭଣ୍ଡାର ପୂର୍ବରୁ) ମିଶିଛି। ଏକଦା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିଳ୍ପ ସହର ଥିବା ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ଏହା ଥିଲା ପ୍ରଧାନ ଜଳସ୍ରୋତ। ଏହାର ଅବବାହିକାରେ ବସବାସ କରୁଥିବା ଜନସାଧାରଣ ସମ୍ପୂର୍ଣ୍ଣ ରୂପେ ଏହା ଉପରେ ନିର୍ଭର କରୁଥିଲେ। ସେ ମଧ୍ୟ ସେମାନଙ୍କ ସବୁ ପ୍ରକାର ଜଳ ଆବଶ୍ୟକତା ପୂରଣ କରୁଥିଲା। ସେହିପରି ଏହି ନଦୀ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ୟ ପାଣି ଯୋଗାଉଥିଲା। ବର୍ତ୍ତମାନ ଏହାର ଅବବାହିକାରେ ଏକାଧିକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ଏହାର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ଓ ଆନିକଟ ନିର୍ମାଣ କରି ଏହାର ସ୍ବାଭାବିକ ସ୍ରୋତର ଗତିରୋଧ କରିଛନ୍ତି। ଫଳରେ ଇବ୍‌ ନଦୀର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏଥିରେ ମିଶୁଥିବା ଏକାଧିକ ଶିଳ୍ପାନୁଷ୍ଠାନର ବର୍ଜ୍ୟ ଏହାକୁ ବିଷାକ୍ତ କରୁଛି।
ପୂର୍ବେ ଖରାଦିନରେ ମଧ୍ୟ ଇବ୍‌ ନଦୀର ପାଣି ଶୁଖୁ ନଥିଲା, ମାତ୍ର ଏବେ ଶୁଖିଲା ରହୁଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହାର ସମାଧାନ ପାଇଁ ବର୍ଷାଋତୁ ପୂର୍ବରୁ ବାଲିବନ୍ଧ ନିର୍ମାଣ କରାଯିବାକୁ ଦାବି ହେଉଛି। ମାତ୍ର କେହି ଶୁଣୁ ନାହାନ୍ତି। ଗତବର୍ଷ ଏହା ଉପରେ ନିର୍ଭର କରୁଥିବା ରାଜପୁର, ଠରକସପୁର, ସର୍ଗିମାଲ, ଗଣ୍ଡଘୋରା, ଲୋଇିସିଂହ, ରେମଜା ପ୍ରଭୃତି ଗ୍ରାମାଞ୍ଚଳବାସୀଙ୍କୁ ନାହିଁ ନଥିବା ଜଳକଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଉ ଏକ ସମସ୍ୟ​‌ା ହେଲା ପ୍ରତିବର୍ଷ ଉପର ମୁଣ୍ଡରୁ ଆସୁଥିବା ବିପୁଳ ପରିମାଣର ବାଲିରେ ଏହାର ଶଯ୍ୟା କ୍ରମଶଃ ପୋତିହୋଇ ଯାଉଛି, ଯଦ୍ବାରା ଇବ୍‌ର ଜଳଧାରଣ କ୍ଷମତା ହ୍ରାସ ପାଉଛି। ଅପରପକ୍ଷେ କୋଇଲା ଉତ୍ପାଦନ ପରେ ଖଣିରେ ବାଲି ଭର୍ତ୍ତି ସକାଶେ ଏମସିଏଲ ନେଇଥିବା ୨୬୯.୫୮ ଏକର ଲିଜ ଅଞ୍ଚଳକୁ ବାଲି ଉଠାଣ ହେଉନଥିବାରୁ ନଦୀ ଶଯ୍ୟାର ଉଚ୍ଚତା ବଢ଼ିବଢ଼ି ଚାଲିଛି। ସୁତରାଂ ଆଗାମୀ ଦିନରେ ଇବ୍‌ ନଦୀ ନିଜ ଅସ୍ତିତ୍ବ ହରାଇବା ସହ ଏକ ବିରାଟ ବାଲିକୁଦରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତା’ ଛଡ଼ା ବାଲି ଯୋଗୁ ଜଳସ୍ରୋତର ଗତିରୋଧ ହେଲେ ଇବ୍‌ ତାର ଗତିପଥ ପରିବର୍ତ୍ତନ କରିପାରେ ବୋଲି କେହିକେହି ଆଶଙ୍କା ପ୍ରକାଶ କରୁଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories