www.samajalive.in
Sunday, December 14, 2025
23.1 C
Bhubaneswar

ଏବେ କରାଯିବ ନାହିଁ ୟୁଜି କିମ୍ବା ପିଜି ପରୀକ୍ଷା

ଭୁବନେଶ୍ବର: ଏବେ ୟୁଜି କିମ୍ବା ପିଜି ପରୀକ୍ଷା କରାଯିବ ନାହିଁ। କରୋନା ସ୍ଥିତି ପାଇଁ ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉଛି। ଅନ୍‌ଲାଇନ୍‌ ପାଠପଢ଼ାକୁ ନେଇ ଏବେ ପରୀକ୍ଷା କରିବା ଉଚିତ ହେବନାହିଁ। କ୍ଲାସରୁମ୍‌ ପାଠପଢ଼ା ଓ ସିଲାବସ୍‌ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା କମିଶନର ତଥା ସଚିବ ଶାଶ୍ବତ ମିଶ୍ର ଚିଠି ଲେଖିଛନ୍ତି।

ଡିସେମ୍ୱର ମାସରେ କରୋନାର ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡ଼ି ଥିଲେ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି ଜାରି କରି ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ଗାଇଡ୍‌ଲାଇନରେ କୁହାଯାଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ୨୦୨୧ ଜାନୁଆରୀରୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲା ଯାଇପାରେ ବୋଲି ଅନୁମାନ କରାଯାଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories