www.samajalive.in
Monday, December 8, 2025
24.1 C
Bhubaneswar

କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା , ଆଳୁ

କିଛି ସହଜ ଉପାୟ ଦ୍ୱାରା ଆମେ କେଶକୁ ମୋଟା, କୋମଳ ଓ ଆକର୍ଷଣୀୟ କରିପାରିବା ଜାଣନ୍ତୁ ତାହା କ’ଣ
ସପ୍ତାହକୁ ୨ ଥର କେଶରେ ଆଳୁର ରସ ଲଗାଇଲେ ଏହା କେଶକୁ ଘନ କରିଥାଏ।
କେଶ ମୂଳରେ ଆଳୁର ରସକୁ ଲଗାଇବା ଦ୍ୱାରା କେଶ ମୂଳକୁ ମଜଭୂତ କରିଥାଏ। ଫଳରେ କେଶ ଉପୁଡ଼ିବା ସମସ୍ୟା ଦୂର ହୋଇଥାଏ।
ଆଳୁର ରସକୁ ଲଗାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇନଥାଏ।
ଆଳୁର ରସ ସହ ଲେମ୍ବୁର ରସ ମିଶାଇ ଲଗାଇବା ଦ୍ୱାରା କେଶର ରୁକ୍ଷାପଣ ଦୂର ହୋଇଥାଏ।
ଆଳୁ ରସ ସହ ଘିକୁଆଁରୀ ରସ ମିଶାଇ ଲଗାଇଲେ କେଶ ଶୀଘ୍ର ବଢିବା ସହ ଅଧିକ ଘନ ମଧ୍ୟ ହୋଇଥାଏ।
ଆଳୁ ରସକୁ ଲଗାଇବା ଦ୍ୱାରା କେଶରେ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଅଣ୍ଡାର ବ୍ୟବହାର –
କେଶକୁ କୋମଳ କରିବା ପାଇଁ ଅଣ୍ଡା ସବୁଠାରୁ ଲାଭଦାୟକ ଅଟେ। ସପ୍ତାହକୁ ଥରେ କିମ୍ବା ଦୁଇ ଥର ଏହାକୁ ଲଗାଇବା ଆବଶ୍ୟକ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ କେଶକୁ କୋମଳ କରିଥାଏ।
କେଶ ପାଇଁ ନଡ଼ିଆ ପାଣି ଓ କ୍ଷୀର –
ନଡ଼ିଆ ପାଣି, କଞ୍ଚା କ୍ଷୀରରେ ବେସନ ମିଶାଇ ସପ୍ତାହକୁ ଦୁଇ ଥର ଲଗାନ୍ତୁ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହେବା ସହ କେଶର ଚମକ ବଢିଥାଏ।
ଘିକୁଆଁରୀର ବ୍ୟବହାର –
ଘିକୁଆଁରୀ କେଶ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ କେଶକୁ ଆବଶ୍ୟକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
କଦଳୀ ଓ ନଡ଼ିଆ ତେଲର ବ୍ୟବହାର –
କଦଳୀକୁ ଭଲ ଭାବେ ଚକଟି ଏଥିରେ ତେଲ ମିଶାଇ କେଶର ମୂଳରେ ଭଲ ଭାବେ ମାଲିସ କରନ୍ତୁ। ଏହା ପରେ କେଶକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ କୋମଳ ଓ ଆକର୍ଷଣୀୟ ହୋଇଥାଏ।
ଦହିର ବ୍ୟବହାର –
ଦହି କେଶ ପାଇଁ ଏକ ଉତ୍ତମ କଣ୍ଡିସନର ଭାବେ କାର୍ୟ୍ୟ କରେ। କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ଲଗାଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories