www.samajalive.in
Sunday, December 7, 2025
14.1 C
Bhubaneswar

ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ

ବାଳକାଟୀ: ଭୁବନେଶ୍ଵର ଉପକଣ୍ଠ ବାଳକାଟୀର ଝିଣ୍ଟିଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଯାଇଛି। ରବିବାର ରାତି ପ୍ରାୟ ୧୧ଟା ୧୫ରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅସୁସ୍ଥତା ଯୋଗୁ ସୁର ବାବା କିଛିଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

- Advertisement -

ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ତାଙ୍କ ବାସଭବନରେ ବିଭିନ୍ନ ପ୍ରାନ୍ତରୁ ଶିଷ୍ୟମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଶେଷରେ ତାଙ୍କ ମରଶରୀରକୁ ଆଶ୍ରମ ପରିକ୍ରମା କରାଯିବା ପରେ ବାସଗୃହ ବାରିପଟେ ଥିବା ବିଶ୍ରାମସ୍ଥଳୀରେ ଶୋକାକୁଳ ପରିବେଶ ମଧ୍ୟରେ ସମାଧି ଦିଆଯାଇଥିଲା।

ସୂଚନାଯୋଗ୍ୟ, ୧୯୮୨ ମସିହାରେ ସୁର ବାବା ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏକ ପୋଥି ବଳରେ ଲୋକଙ୍କ ଅତୀତ, ଭବିଷ୍ୟତ ବିଷୟରେ ଅବଗତ କରାଇ ଅମାପ ସମ୍ପତ୍ତି ଅର୍ଜନ କରିଥିଲେ। ଆଶ୍ରମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସୁଥିଲେ। ମାତ୍ର ୨୦୧୫ ଅଗଷ୍ଟ ୩୦ରେ ସବୂକିଛି ଓଲଟି ଯାଇଥିଲା। ଆଶ୍ରମରେ ବହୁ କେଳେଙ୍କରୀ ହେଉଥିବା ଅଭିଯୋଗରେ ଏହାର ପ୍ରତିଷ୍ଠାତା ସୁର ବାବାଙ୍କୁ ଗିରଫ କରାଯାଇଥିଲା। ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଏବଂ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଏବଂ ବିରଞ୍ଚିକୁ ମଧ୍ୟ ପୁଲିସ ଗିରଫ କରିଥିଲା।

ଆଶ୍ରମରେ ଚଢ଼ାଉବେଳେ ପୁଲିସ ୨ଟି ବନ୍ଧୁକ ସହିତ କିଛି ଗୁଳି ଜବତ କରିଥିଲା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ମଧ୍ୟ ସୁର ବାବାଙ୍କ ସମ୍ପତ୍ତି ଯାଞ୍ଚ କରାଯାଇଥିଲା। ସୁର ବାବାଙ୍କ କେଳେଙ୍କରୀ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୧୭ ନଭେମ୍ବର ୨୮ରେ ସୁର ବାବା ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories