www.samajalive.in
Saturday, December 13, 2025
26.1 C
Bhubaneswar

ଦକ୍ଷିଣରେ କଂଗ୍ରେସକୁ ଆଉ ଏକ ଧକ୍କା: ଦଳ ଛାଡ଼ିଲେ ବିଜୟାଶାନ୍ତି, ବିଜେପିରେ ଯୋଗଦେବା ସମ୍ଭାବନା

ତେଲଙ୍ଗାନାରେ ପୁଣି କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଧକ୍କା । ଦୁଇଦିନ ତଳେ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବାର ଦୁଇଦିନ ପରେ ଦଳର ନେତ୍ରୀ ତଥା ଅଭିନେତ୍ରୀ ବିଜୟାଶାନ୍ତି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ଯୋଗ ଦେବା ସମ୍ଭାବନା ରହିଛି ବୋଲି କୁହାଯାଉଛି । କିଛିଦିନ ତଳେ ଦକ୍ଷିଣଭାରତର ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ତାଙ୍କ ପଥ ବିଜୟାଶାନ୍ତି ଅନୁସରଣ କରିଥିବା କୁହାଯାଉଛି ।

ବିଜୟାଶାନ୍ତିଙ୍କ ଇସ୍ତଫା ଦେବା ପଛରେ ଅନେକ କାରଣ ରହିଛି । ଗତ କିଛିମାସ ହେଲା ସେ ଦଳୀୟ ନେତାମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡ଼ିଥିଲେ । ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉ ନ ଥିଲେ । ଆଉ ହାଇଦ୍ରାବାଦ ପୌର ନିର୍ବାଚନ ପରେ ଏହାର ବାଟ ଖୋଲିଗଲା ବୋଲି ଅନେକ କହୁଛନ୍ତି ।

ଆସନ୍ତା କାଲି ସେ ଦିଲ୍ଲୀରେ ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏହି ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ସେ ଦିଲ୍ଲୀ ଯାତ୍ରା କରିଛନ୍ତି ।

ଅଭିନେତ୍ରୀ ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା ଦିଲ୍ଲୀରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ  ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟାଶାନ୍ତି ବିଜେପିରେ ସାମିଲ ହେବେ। ଏଥିପାଇଁ ମଧ୍ୟ ତେଲଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ କୁମାର ମଧ୍ୟ ଆଜି ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories