www.samajalive.in
Saturday, December 13, 2025
21.1 C
Bhubaneswar

ଡିସେମ୍ବର ୮ରେ ଭାରତୀୟ ବଜାରକୁ ଆସିବ ମୋଟୋ ଜି-୯ ପାୱାର

ନୂଆଦିଲ୍ଲୀ : ମୋଟରୋଲାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ପାୱାର ଭାରତରେ ଲଞ୍ଚ ହେବାକୁ ଯାଉଛି। ମୋଟୋ ଜି-୯ ପାୱାରର ଶୁଭାରମ୍ଭ ଡିସେମ୍ବର ୮ମଧ୍ୟାହ୍ନ ୧୨ଟା ସମୟରେ ହେବାକୁ ଯାଉଛି ।ମୋଟରୋଲା ଇଣ୍ଡିଆ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।ଫ୍ଲିପକାର୍ଟରୁ ମୋଟୋ ଜି-୯ ପାୱାର ବିକ୍ରି ହେବ ।
ମୋଟୋ ଜି-୯ ପାୱାରର ଆଶା କରାଯାଉଥିବା ମୂଲ୍ୟ
ମୋଟୋ ଜି-୯ ପାୱାର ୟୁରୋପରେ ୧୯୯ ୟୁରୋ ଅର୍ଥାତ୍ ପ୍ରାୟ ୧୭ହଜାର ୪୦୦ ଟଙ୍କାରେ ଲଞ୍ଚ କରାଯାଇଛି। ଏହି ଫୋନ୍ ୪ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜରେ ଉପଲବ୍ଧ ହେବ । ଏହି ଫୋନରେ ୭୨୦x୧୬୪୦ ପିକ୍ସେଲର ରେଜୋଲ୍ୟୁସନ ସହିତ ୬.୮-ଇଞ୍ଚ ଏଚଡ଼ି ପ୍ଲସ୍ ଡିସପ୍ଲେ ରହିବ ।ଫୋନରେ କ୍ୱାଲକମର ସ୍ନାପଡ୍ରାଗନ୍ ୬୬୨ ସଞ୍ଚାଳକ, ୪ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜରେ ଉପଲବ୍ଧ ହେବ ।ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ୫୧୨ଜିବିକୁ ବୃଦ୍ଧି କରାଯାଇପାରିବ ।
ମୋଟୋ ଜି-୯ ପାୱାରରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ।ଯେଉଁଥିରେ ମୁଖ୍ୟ ଲେନ୍ସ ୬୪ ମେଗାପିକ୍ସେଲ ଏବଂ ଏହାର ଆପଚର ଏଫ୍/ ୧.୭୯ । ଦ୍ୱିତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ମାକ୍ରୋ ଏବଂ ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲର ଗଭୀରତା ସେନସର । ଏହି ଫୋନରେ ସେଲଫି ପାଇଁ ୧୬ ମେଗାପିକ୍ସେଲର ସାମ୍ନା କ୍ୟାମେରା ରହିଛି ।ମୋଟରୋଲାର ଏହି ଫୋନରେ ୬ହଜାର ଏମ୍‌ଏଚ୍ ବ୍ୟାଟେରୀ ରହିଛି ।ଯାହା ୨୦ୱାଟ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ ।ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍ ଭି୫, ଏନଏଫସି, ୟୁଏସବି ଟାଇପ୍-ସି ପୋର୍ଟ ଏବଂ ସଂଯୋଗ ପାଇଁ ୩.୫ ମିମି ହେଡଫୋନ୍ ଜ୍ୟାକ୍ ରହଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories