www.samajalive.in
Saturday, December 13, 2025
15.1 C
Bhubaneswar

ଭାରତ ବନ୍ଦକୁ କଂଗ୍ରେସ, ଟିଆରଏସ୍ ଓ ଆପ୍ ର ସମର୍ଥନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମ ବିରୁଦ୍ଧରେ ଡିସେମ୍ବର ୮ରେ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ କଂଗ୍ରେସ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍ ଆଦମୀ ପାର୍ଟିର ସମର୍ଥନ କରିଛି। ଏହି ତିନି ଦଳ କହିଛନ୍ତି ଯେ ସେମାନେ ‘ଭାରତ ବନ୍ଦ’ ରେ ଅଂଶଗ୍ରହଣ କରିବେ। ନଭେମ୍ବର ୨୬ରୁ ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର କୃଷକଙ୍କ ପ୍ରତିନିଧି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ଡିସେମ୍ବର ୮ ରେ ସଂମ୍ପୂର୍ଣ୍ଣ ଭାରତ ବନ୍ଦ ହାକରା ଦେଇଛନ୍ତି।

‘ଭାରତ ବନ୍ଦ’କୁ ସମର୍ଥନ କରି କଂଗ୍ରେସ ଘୋଷଣା କରିଛି ଯେ ଏହି ଦିନ କୃଷକଙ୍କ ଦାବିକୁ ସମର୍ଥନ କରି ସମସ୍ତ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରେ ଦଳ ପ୍ରଦର୍ଶନ କରିବ। କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଦଳର ମୁଖପାତ୍ର ପୱନ ଖେଡା କହିଛନ୍ତି ଯେ,ଡିସେମ୍ବର ୮ରେ କଂଗ୍ରେସ ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। କହିଛନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଟ୍ରାକ୍ଟର ରାଲି, ଦସ୍ତଖତ ଅଭିଯାନ ଏବଂ କୃଷକ ସମାବେଶ ମାଧ୍ୟମରେ ଦଳ କୃଷକଙ୍କ ସପକ୍ଷରେ  ସ୍ୱର ଉତ୍ତୋଳନ କରୁଛି।

- Advertisement -

ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୮ ଡିସେମ୍ବରରେ କୃଷକଙ୍କ ‘ଭାରତ ବନ୍ଦ’ ଆହ୍ବାନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ରାଓ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରସ୍ତାବିତ ବନ୍ଦରେ ଟିଆରଏସ ସକ୍ରିୟ ଭାବେ ଅଂଶଗ୍ରହଣ କରିବ। ସେ କହିଛନ୍ତି ଯେ ନୂତନ କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ବ୍ୟାପକ କ୍ଷତି ଘଟାଇବ, ସେଥିପାଇଁ ତାଙ୍କ ଦଳ ସଂସଦରେ ଏହାକୁ ବିରୋଧ କରିଥିଲା। କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭାରତ ବନ୍ଦକୁ ସଫଳ କରିବା ପାଇଁ ଟିଆରଏସ ଜୋରଦାର କାର୍ଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। କୃଷକମାନଙ୍କୁ ସମର୍ଥନ କରିବା ଏବଂ ବନ୍ଦକୁ ସଫଳ କରିବା ପାଇଁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦଳର କାର୍ଯ୍ୟକର୍ତ୍ତା ତଥା ଅଧିକାରୀମାନଙ୍କୁ ‘ଭାରତ ବନ୍ଦ’କୁ ସମର୍ଥନ କରିବାକୁ କହିଛନ୍ତି। ଦିଲ୍ଲୀ ମନ୍ତ୍ରୀ ତଥା ‘ଏଏପି’ ନେତା ଗୋପାଳ ରାୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଆମେ ଦେଖୁଛୁ ଯେ କୃଷକମାନେ ଥଣ୍ଡାରେ ପଡିଛନ୍ତି ଏବଂ ସରକାର କେବଳ ଆଲୋଚନା ନାମରେ ବିଳମ୍ବ କରୁଛନ୍ତି। କୃଷି ଆଇନ ପ୍ରତ୍ୟାହାର ହେଲେ ସରକାର ଏହାର ଲାଭକୁ ଜବରଦସ୍ତ ହିସାବ କରିବାକୁ ଦାବି କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୮ରେ କୃଷକମାନେ ଭରତ ବନ୍ଦ ଆହ୍ବାନ କରିଛନ୍ତି। ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଦଳର ଅଧିକାରୀ ଏବଂ କର୍ମୀଙ୍କୁ ଭରତ ବନ୍ଦକୁ ସମର୍ଥନ କରିବାକୁ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories