www.samajalive.in
Monday, December 8, 2025
13.1 C
Bhubaneswar

ବିଏସ୍‌ଏନ୍ଏଲ୍ ସେବାରୁ ବଞ୍ଚିତ ମୋହନା ବ୍ଳକବାସୀ, ପଦାଧିକାରୀ ନିରବଦ୍ରଷ୍ଟା

ମୋହନା : ବିଭିନ୍ନ ସମୟରେ ବିଏସ୍‌ଏନ୍ଏଲ୍ ସେବାରୁ ବଞ୍ଚିତ ହେଉଛନ୍ତି ମୋହନା ବ୍ଳକବାସୀ । ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଏଠି କେହି ନାହାନ୍ତି। କୌଣସି କାରଣରୁ ଅସାବଧାନତା ବଶତଃ ମୋବାଇଲ ହଜିଗଲେ କିମ୍ଵା ବିଏସ୍ଏନଏଲ ସିମ୍ କାର୍ଡ଼ ଖରାପ ହେଲେ ସିମ୍ କାର୍ଡ଼ ବଦଳାଇବା ପାଇଁ ମୋହନା ବ୍ଳକର ବିଏସଏନଏଲ ସିମ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ କାର୍ଯ୍ୟାଳୟରେ ସିମ୍ କାର୍ଡ଼ ମିଳିବାର ସୁବିଧା ନ ଥିବାରୁ ଲୋକେ ବାଧ୍ୟ ହୋଇ ମୋହନା ବିଏସ୍‌ଏନଏଲ କାର୍ଯ୍ୟାଳୟଠାରୁ ୪୫ କିମି ଦୂର ଦିଗପହଣ୍ଡି ଗ୍ରାହକ ସେବା କେନ୍ଦ୍ର ( ବିଏସ୍‌ଏନଏଲ କାର୍ୟ୍ୟାଳୟ) କୁ ଯିବାକୁ ପଡୁଛି। ଯାହା ଫଳରେ ଗ୍ରାହକମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ସମୟ ମଧ୍ୟ ଅପଚ଼ୟ ହେଉଛି। ଗ୍ରାହକମାନେ ବିଏସ୍‌ଏନ୍‌ଏଲର ସୁବିଧା ଏବଂ ସେବା ପାଇ ନ ପାରି ଅନ୍ୟ କମ୍ପାନୀର ସିମ୍ କାର୍ଡ଼ ନେବାକୁ ଉଚିତ ମଣୁଛନ୍ତି। ଅପରପକ୍ଷେ ମୋହନା କାର୍ଯ୍ୟାଳୟଠାରୁ ୮ କି.ମି ଦୂର ଲୁହାଗୁଡ଼ି ମଧ୍ୟରେ ରହିଥିବା ଗ୍ରାମ ଲୁଡ଼ୁରୁ, କିରାମା, ମେରାପଲ୍ଲୀରେ ବିଏସଏନଏଲ ଟାୱାର କି ନେଟୱାର୍କ ନ ଥିବାରୁ ସାଧାରଣ ଉପଭୋକ୍ତା ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରୁଛନ୍ତି। ସେହିଭଳି ଅନ୍ତର୍ବା, କର୍ଚ୍ଚବାଡ଼ି, ଗୁଡ଼ଙ୍ଗପୁର, ଡେଙ୍ଗାସ୍ଖାଲ ଆଦି ବହୁ ପଞ୍ଚାୟତରେ ମୋବାଇଲ ଟାୱାର ନ ଥିବାରୁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହେଲା ଭଳି ମୌଳିକ ସେବାରୁ ବଂଚିତ ହେଉଥିବା ସରପଞ୍ଚ ସେବତୀ ଗମାଙ୍ଗ, ଯାକୋବ ମଳିକ, କାମ୍ବି ମଳିକ ଏବଂ ପଞ୍ଚାୟତବାସୀମାନେ ଅଭିଯୋଗ କରିଛନ୍ତି। ଲୋକେ ଜରୁରୀକାଳିନ ସେବାରୁ ବଞ୍ଚିତ ହେଉଛନ୍ତି। ମୋହନା ସହର ମଧ୍ୟରେ ରହିଥିବା ମାଣିକେଶ୍ଵରୀ ସାହି, କଲେଜ ଛକକୁ ନେଟ୍‌ୱାର୍କ ଆସୁନି । ଯାହାଦ୍ଵାରା ସାହି ବାସିନ୍ଦା ସେବାରୁ ବଂଚିତ ହେଉଥିବା କହିଛନ୍ତି। ଏସଂପର୍କରେ ବ୍ରହ୍ମପୁର ବିଏସଏନଏଲ କାର୍ଯ୍ୟାଳୟର ଡ଼େପୁଟି ଜେନେରାଲ ମ୍ୟାନେଜର(ଡ଼ିଜିଏମ୍) ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ଅଳ୍ପଦିନ ମଧ୍ୟରେ ଏହି ସମସ୍ୟା ଗୁଡ଼ିକର ସମାଧାନ କରାଯିବା ବୋଲି କହିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories